ବିଜେଡି ପଦଯାତ୍ରା ପ୍ରସ୍ତୁତି ବୈଠକ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବିଜୁ କଲ୍ୟାଣ ମଣ୍ଡପରେ ବିଜେଡି ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସଙ୍କ ଅଧ୍ୟକ୍ଷତା ରେ ପ୍ରସ୍ତୁତି ବୈଠକ କରାଯାଇଛି l ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶ କ୍ରମେ ଗତ ୨ ତାରିଖରୁ ବିଜେଡି ପଦଯାତ୍ରା ଆରମ୍ଭ ହୋଇଛି l ସେହି ଅନୁଯାଇ ଆଗାମୀ ୨୩ ତାରିଖ ଦିନ ମୋହନା ବ୍ଲକ ରେ ପଦଯାତ୍ରା କରିବା ପାଇଁ ବୈଠକ ରେ ନିଷ୍ପତ୍ତି ନିଆଯାଇଛି l ଏହି ପଦଯାତ୍ରା ସମୟରେ ବିଜେଡି ସରକାର ସମୟରେ ହୋଇଥିବା ବିକାଶ ଓ ବର୍ତମାନ ବିଜେପି ସରକାରଙ୍କ ବିଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ ବୋଲି ବିଜେଡି ଜିଲ୍ଲା ସଭାପତି କହିଛନ୍ତି l ଏହି ବୈଠକରେ ବ୍ଳକ ଅଧ୍ୟକ୍ଷ ରଞ୍ଜିବ ଶବର, ବରିଷ୍ଠ ବିଜେଡି ନେତା ରାମ ଦଳବେହେରା, ଶିବ ଶଙ୍କର ସାହୁ,ଜିଲ୍ଲା ପରିଷଦ ସଭ୍ୟ ସୁନୀଲ ବିଷୋୟୀ, ପ୍ରକାଶ ନାୟକ, ହାଡ଼ିଆ କନ୍ଧ, ବିଳାସ ନାୟକ, ଶ୍ରୀକାନ୍ତ ମଲ୍ଲିକ, ବାଲେଣ୍ଟିନ ମାଝୀ ଙ୍କ ସହ ଶତାଧିକ ବିଜେଡି ନେତା ଯୋଗଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ