ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ବାରିପଦା ,(ଯୁଗାବ୍ଦ ନୁୂ୍ୟଜ୍) : ବାରିପଦା ସ୍ଥିତ ବିଜେଡି ଜିଲ୍ଲା କାର୍ୟ୍ୟାଳୟ ପରିସରରେ ବିଜେଡି ପରିବର୍ଦ୍ଧିତ୍ତ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୂତନ ଭାବେ ଦାୟିତ୍ବ ଗ୍ରହଣ କରିଥିବା ମୟୂରଭଞ୍ଜ ପର୍ୟ୍ୟବେକ୍ଷକ ପ୍ରଣବ ଦାସ,କୃଷି ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସମେତ ପୂର୍ବତନ ମୟୂରଭଞ୍ଜ ପର୍ୟ୍ୟବେକ୍ଷକ ସଞ୍ଜୟ ଦାସବର୍ମା। ସମେତ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ କୃଷି ଓ ଶିଳ୍ପ ନିଗମ ର ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଙ୍କ ସମେତ କର୍ମକର୍ତ୍ତା ମାନେ ମଞ୍ଚରେ ମଞ୍ଚାସୀନ ଥିଲେ । ଏହି କାର୍ୟ୍ୟକାରିଣୀ ବୈଠକରେ ୨୦୧୯ ନିର୍ବାଚନରେ ବିଜେଡି ସ୍ଥିତି ଦୁର୍ବଳ ହୋଇଥିବା ସହିତ ଦଳର ଗୋଷ୍ଠି ବିବାଦ ନେଇ ଆଲୋଚନା କରିଥିଲେ। ତେବେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡି ଦଳରେ ଗୋଷ୍ଠୀ କନ୍ଦଳ ଥିବାର ପରକ୍ଷ ରେ ମଞ୍ଚରେ ଥିବା ବରିଷ୍ଠ ନେତାମାନେ ଜଣାଇଥିଲେ। କେବଳ ସେତିକି ନୁହେଁ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଏବଂ ସଭ୍ୟ ସଂଗ୍ରହର ଲୋକାଭିମୁଖୀ କରିଥିଲେ। ଏ ସବୁ ପରେ ମଧ୍ୟ ସବୁ ବାଦବିବାଦ କୁ ପଛରେ ପକାଇ ମୟୂରଭଞ୍ଜ ଜିଲ୍ଲାରେ ତ୍ରୁଣମୂଳ ସ୍ତରରୁ କିପରି ଏକଜୁଟ ହୋଇ ଆଗାମୀ ନିର୍ବାଚନରେ ବିପୁଳ ପରିମାଣରେ ଜୟଯୁକ୍ତ ହେବେ ସେ ବାବଦରେ ମୂଳମନ୍ତ୍ର ଦେଇଥିଲେ ସେପଟେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଶା ଭରସା କୁ ନେଇ ଦଳକୁ ସୁଦୃଢ଼ କରିବା । ଅଉ ନେତା ମାନେ ହେଉଛନ୍ତି ଜଣେ ଜଣେ ସେବକ ବୋଲି କହିବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକଜୁଟ ହୋଇ ଦଳକୁ ଆଗକୁ ବଢ଼ିବା କଥା ପ୍ରଣବ ଦାସ କହିଛନ୍ତି ।ତେବେ ମୟୂରଭଞ୍ଜ ଜିଲ୍ଲାର ନୂତନ ଭାବେ ଜିଲ୍ଲା ବିଜେଡି ସଭାପତି ଏବଂ କୃଷି ଓ ଶିଳ୍ପ ନିଗମର ଅଧ୍ୟକ୍ଷ ନିଯୁକ୍ତି ପାଇଥିବା ଯୁବ ନେତା ଦେବାଶିଷ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ବୈଠକରେ ଦଳ କିପରି ଆଗକୁ ସୁଦୃଢ ହେବ ତାହା ଉପରେ ଆଲୋକପାତ କରିଥିଲେ ।