ସ୍କିଲ ଇଣ୍ଡିଆ ବାର୍ଷିକ କୌଶଳାଚାର୍ଯ୍ୟ ପୁରସ୍କାର ଘୋଷଣା

ସ୍କିଲ ଇଣ୍ଡିଆ ମିଶନ ପ୍ରତି ଅଧିକ ପ୍ରଶିକ୍ଷକ ଙ୍କୁ ଆକୃଷ୍ଟ କରିବା ପାଇଁ ସ୍କିଲ ଟେଭେଲପମେଂଟ ଏଣ୍ଡ ଏଂଟରପ୍ରେନିଓରସିପ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଯୋଗଦାନ ଦେଇ ଭବିଷ୍ୟତ ପାଇଁ ପ୍ରସ୍ତୁତ ଦକ୍ଷ ଶ୍ରମଶକ୍ତି ଗଢିଥିବା ପ୍ରଶିକ୍ଷକ ଙ୍କୁ ପୁରସ୍କୃତ କରିବା ପାଇଁ କୌଶଳାଚାର୍ଯ୍ୟ ସମାଦାର ୨୦୧୯ ର ଅୟୋଜନ କରାଯାଇଛି ।
ନିଭିନ୍ନ କ୍ଷେତ୍ରରୁ ଆସିଥିବା ୫୩ ଜଣ ପୁରସ୍କୃତ ପ୍ରଶିକ୍ଷକ ମାନଙ୍କ ମଧ୍ୟରେ ୧୯ ଜଣ ଜାତୀୟ କୌଶଳ ପ୍ରଶିକ୍ଷଣ ଅନୁଷ୍ଠାନ (ଏନ୍ଏସ୍ଟିଆଇ) ର ପ୍ରଶିକ୍ଷକ, ୧୫ ଜଣ ଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ର (ଆଇଟିଆଇ) ର ପ୍ରଶିକ୍ଷକ, ୧୦ ଜଣ ଜନଶିକ୍ଷା ସଂସ୍ଥାନର ପ୍ରଶିକ୍ଷକ ଏବଂ ବିଶିଷ୍ଟ କର୍ପୋରେଟ ଯଥା ଆଡୋବ, ଆଇବିଏମ, ମାଇକ୍ରୋସପ୍ଟ, ମାରୁତି, ଓଏନଜିସି, ବୋଷ, ଭାରତ ହେଭି ଇଲେକ୍ଟ୍ରିକାଲ ଏବଂ ଏଜିସ ରୁ ୦୯ ଜଣ ପ୍ରଶିକ୍ଷକ ଅନ୍ୟତମ ।
ଧନ୍ଦାମୁଳକ ଶିକ୍ଷାରେ ପ୍ରଶିକ୍ଷକ ମାନଙ୍କ ଯୋଗଦାନକୁ ଚିହ୍ନଟ କରିବା ପାଇଁ କୌଶଳାଚାର୍ଯ୍ୟ ପୁରସ୍କାରକୁ ପ୍ରତ୍ୟେକ ବର୍ଷ ଆୟୋଜନ କରିବା ପାଇଁ ନିଷ୍ପତି ନିଆଯାଇଛି । କୌଶଳ ବିକାଶ ନିମନ୍ତେ ୨୦୨୨ ମଧ୍ୟରେ ୨.୫ ଲକ୍ଷ ପ୍ରଶିକ୍ଷକ ଙ୍କ ଆବଶ୍ୟକତା ପଡିବ ବୋଲି ଆକଳନ କରାଯାଇଛି ।
ସ୍କିଲ ଟେଭେଲପମେଂଟ ଏଣ୍ଡ ଏଂଟରପ୍ରେନିଓରସିପ ମନ୍ତ୍ରାଳୟର କେନ୍ଦ୍ର ମନ୍ତ୍ରୀ ଶ୍ରୀ ମହେନ୍ଦ୍ରନାଥ ପାଣ୍ଡେ ଙ୍କ ମତରେ, “ଭାରତୀୟ ସଭ୍ୟତାରେ ଗୁରୁଶିଷ୍ୟ ପରମ୍ପରା ଅନନ୍ୟ । ଏଥିରେ ଗୁରୁ ଶିଷ୍ୟ ମାନଙ୍କୁ ଶିକ୍ଷା ଓ ଦିକ୍ଷା ପ୍ରଦାନ କରିଥାନ୍ତି । ଆଜିର ଦିନରେ ଆମେ ସେହି ଗୁରୁ ମାନଙ୍କୁ ସମ୍ମାନୀତ କରୁଛୁ ଯିଏ ଯୁବ ପିଢିଙ୍କୁ କ୍ୟାରିଅର ଗଢିବାରେ ଯୋଗଦାନ ଦେଇଛନ୍ତି । ଗୁରୁ ମାନଙ୍କୁ ପ୍ରୋତ୍ସାହିତ କରି ସେମାନଙ୍କ କୌଶଳ ବାତାବରଣ ସୃଷ୍ଟିରେ ଯୋଗଦାନ କୁ ଚିହ୍ନଟ କରିବା ପାଇଁ ପ୍ରତି ବର୍ଷ କୌଶଳାଚାର୍ଯ୍ୟ ପୁରସ୍କାରର ଅୟୋଜନ କରାଯିବ ।”
ଏହି ଅବସରରେ ଡିଜିଟି ପକ୍ଷରୁ ଛାତ୍ରଛାତ୍ରୀ ଙ୍କ ପାଇଁ ଏକ ଶିକ୍ଷା ପୁସ୍ତିକା ଉନ୍ନୋଚନା କରାଯାଇଥିଲା । ଏହି ପୁସ୍ତିକା ନ୍ୟାସନାଲ ଇନଷ୍ଟ୍ରକସନାଲ ମେଡିଆ ଇନଷ୍ଟିଚ୍ୟୁଟ (ଏନଆଇଏମଆଇ) ପକ୍ଷରୁ ପ୍ରସ୍ତୁତ କରାଯାଇଛି ।
ପବ୍ଲିକ-ପ୍ରାଇଭେଟ ସହଭାଗୀତା ରେ ଶିକ୍ଷାର ପ୍ରସାର ପାଇଁ ଡିଜିଟି ଏବଂ କୌଶଳକାମେଶ୍ୱର ଟେକ୍ନୋ ସଲ୍ୟୁସନ ମଧ୍ୟରେ ମାଇନିଂ କୋର୍ସ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।
କୌଶଳ ବିକାଶ ନିମନ୍ତେ କର୍ମକ୍ଷେତ୍ର ଏବଂ କ୍ଲାସ୍ରୁମ ରେ ଦିଆ ଯାଉଥିବା ଶିକ୍ଷା ଗୁରୁତ୍ୱପୁର୍ଣ୍ଣ । କର୍ପୋରେଟ ଏବଂ ବିଶ୍ୱବିଦ୍ୟାଳୟ ମାନେ ସ୍କିଲ ଇଣ୍ଡିଆ ମିଶନ ର ଏହି ପ୍ରୟାସକୁ ସମର୍ଥନ ଦେଇ ଆବଶ୍ୟକୀୟ ଭିତିଭୁମି ସହ ପ୍ରଶିକ୍ଷକ ମାନଙ୍କର ପ୍ରଶିକ୍ଷଣ ଆୟୋଜନ କରିଛନ୍ତି ଏତଦ୍ ବ୍ୟତିତ ଟେମାସେକ ଫାଉଣ୍ଡେସନ ଏବଂ ସିଙ୍ଗାପୁର ପଲିଟେକନିକ ପରି ଆନ୍ତର୍ଜାତୀୟ ସଂସ୍ଥାମାନେ ଦକ୍ଷତା ବିକାଶରେ ଯୋଗଦାନ ଦେଇଛନ୍ତି ।
ଏହି ଅବସରରେ ସ୍କିଲ ମନ୍ତ୍ରାଳୟ ପକ୍ଷରୁ ରୁଷିଆର କଜାନ ଠାରେ ଅନୁଷ୍ଠିତ ବିଶ୍ୱଦକ୍ଷତା ପ୍ରତୀଯୋଗୀତା ୨୦୧୯ ର ୧୯ ଭାରତୀୟ ବିଜେତାଙ୍କ ପ୍ରଶିକ୍ଷକ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ପ୍ରତୀଯେଗିତାରେ ଭାରତ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ, ଦୁଇଟି ବ୍ରୋଂଚ ସହ ୧୫ ଟି ଅନ୍ୟ ମେଡାଲ ସହ ୬୩ ଟି ଦେଶ ମଧ୍ୟରେ ୧୩ ତମ ସ୍ଥାନ ଗ୍ରହଣ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ