ବିଜେଡି ବିଧାୟକ ପ୍ରାର୍ଥୀ ଧୃବ ସାହୁଙ୍କୁ ସମ୍ବର୍ଦ୍ଧନା

ରାଜନଗର : ରାଜନଗର ନିର୍ବାଚନ ମଣ୍ଡଳୀ ବିଜୁଜନତା ଦଳର ବିଧାୟକ ପ୍ରାର୍ଥୀ ଧୃବ ସାହୁଙ୍କୁ ଦଳୀୟ କର୍ମକର୍ତା ଏବଂ କର୍ମୀମାନେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ପଟ୍ଟାମୁଣ୍ଡାଇ ମୁନିସିପାଲିଟ୍ ଅନ୍ତର୍ଗତ ପ୍ରସିଦ୍ଧ ଭୋଳିବାବା ମଠରୁ ଆର୍ଶିବାଦ ଭିକ୍ଷା କରିବା ପରେ ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରି ବକ୍ତାରପୁର ଛକଠାରୁ ଆରମ୍ଭକରି ପ୍ରତ୍ୟେକ ଛକରେ ସମ୍ବର୍ଦ୍ଧିତ କରିଥିଲେ । ମଦନପୁର କଲେଜ ନିକଟରେ ପହଂଚିବା ପରେ ରାଜନଗର ବିଜୁ ଜନତାଦଳ ପକ୍ଷରୁ ବ୍ଲକ ବିଜେଡି ସଭାପତି ଅଶୋକକୁମାର ପ୍ରତିହାରୀଙ୍କ ନେତୃତ୍ୱରେ ବିଶାଳ ବାଇକ୍ ଶୋଭାଯାତ୍ରାରେ କୁନ୍ଦୁପୁରଚକ, ଗୋପାଳପୁର ବଜାର, ତ୍ରିନାଥବଜାର ଓ ହଂସୁଆ ସେତୁ ଦେଇ ରାଜନଗର ବଜାର ପରିକ୍ରମା କରି ମା ମାଟିଆ ମଙ୍ଗଳା ମନ୍ଦିରରେ ପହଂଚିଥିଲା । ଶ୍ରୀ ସାହୁ ମା ଙ୍କ ମନ୍ଦିରରୁ ବାହାରି ବାଇକ ଶୋଭାଯାତ୍ରାରେ ବାହାରି ଡାଙ୍ଗମାଳସ୍ଥିତ ମା ଜୟଦୂର୍ଗାଙ୍କ ପୀଠରେ ପହଂଚିଥିଲା । ସେଠାରେ ମା ଙ୍କ ପୂଜାର୍ଚ୍ଚନା କରି ଆର୍ଶିବାଦ ଭିକ୍ଷା କରିଥିଲେ । ଆଜିର ଏହି ଶୋଭାଯାତ୍ରାରେ ପଚାଂୟତ ସମିତି ଅଧ୍ୟକ୍ଷ ଜୟରାମ ସେଠୀ, ଜିଲ୍ଲା ପରିଷଦ ସଭ୍ୟ ରବିନ୍ଦ୍ରକୁମାର ସେଠୀ, ପ୍ରଶାନ୍ତକୁମାର ରାଉତ, ଅରୁଣକୁମାର ସାହୁ, ଗୋବର୍ଦ୍ଧନ ପ୍ରଧାନ, ପାରେଶ୍ୱର ନାୟକ, ଗଣେଷ ଗୁଡିଆ, ନରହରି ଜେନା, ବାଇଧର ସେଠୀ, କେଦାର ସାହୁ, ରଶ୍ମିରଂଜିତା ସ୍ୱାଇଁ, ପୁଷ୍ପଲତା ପ୍ରଧାନ, ଜୁମର ସ୍ୱାଇଁ, ନିମାଇଁ ରାଉତ, ସର୍ବେଶ୍ୱର ସାହୁ, ପର୍ଶୁରାମ ବାରିକ, ପ୍ରତିମା ମହାନ୍ତି, ରତିକାନ୍ତ ସେଠୀ, ମୁକ୍ତିକୁମାର ପାତ୍ର, ରଶ୍ମିରେଖା ଦଳାଇ, ସପନ ପରିଡା, ଅଶୋକ ମହାନ୍ତି, ଆର୍ତବନ୍ଧୁ ମହାନ୍ତି, ବିକ୍ରମ ବାରିକ, ପ୍ରକାଶ ତାଡୁ, ବିଜ୍ଞାନ ଜେନା, ବାଇଧର ପ୍ରଧାନ ପ୍ରମୁଖ ବିଜେଡି ନେତା ଓ କର୍ମୀ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ