ବିଜେଡି ଯୁବ ଗୋଷ୍ଠୀ ପକ୍ଷରୁ ନିର୍ବାଚନ ପ୍ରଚାର
ଡେଲାଙ୍ଗ (ଜୁଗାବ୍ଦ ନ୍ୟୁଜ୍):ଗୁଆଳିପଡା ପଞ୍ଚାୟତରେ ବିଜୁ ଯୁବ ସଂଗଠକ ଦୀପକ କୁମାର ଜେନାଙ୍କ ନେତୃତ୍ୱରେ ପ୍ରାୟ ୫୦ ଯୁବକ ଘର ଘର ବୁଲି ବିଜେଡି ସରକାରଙ୍କ ଜନହିତକର ଯୋଜନା ସମ୍ପର୍କେ ଲୋକଙ୍କୁ ବୁଝାଇବା ସହ କେନ୍ଦ୍ରରେ ବିଜେପି ସରକାର କିପରି ଓଡ଼ିଶା ପ୍ରତି ତାର ହକ୍ରୁ ବାଦ୍ କରିଛନ୍ତି ସେ ସମ୍ପର୍କେ ଗ୍ରାମବାସୀଙ୍କୁ କହିଥିଲେ । ଗୁଡୁପାଇଲୋ, ବୋଳକଣା, ପାଟପୁର, ମାଛପଡା, ଗୁଆଳିପଡ, ମଢ଼, ପଞ୍ଚୁପଲ୍ଲା ଆଦି ଗ୍ରାମରେ ଘରକୁ ଘର ବୁଲି ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ ।ବିଶ୍ୱନାଥ ସାହୁ, ଅନୀଲ କୁମାର ଜେନା ପ୍ରମୁଖ ସହଯୋଗ କରିଥିଲେ ।