ବିଜେଡି ରାଜ୍ୟ ସମ୍ପାଦକଙ୍କ କର୍ମୀ ବୈଠକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ବିଜେଡି କାର୍ଯ୍ୟାଳୟ ଠାରେ ଆଜି ରାଜ୍ୟ ସମ୍ପାଦକ ପ୍ରୟାସକାନ୍ତି ସାମଲ କର୍ମୀ ମାନଙ୍କ ବୈଠକରେ ଯୋଗଦେଇଛନ୍ତି । ବିଶେଷ କରି କରୋନା ସମୟରେ ସରକାରଙ୍କ ନୀତିନିୟମକୁ ମାନି କେଉଁଭଳି ନିର୍ବାଚନ ବୈତରଣୀ ପାରି ହେବା ସେନେଇ ଉପସ୍ଥିତ କର୍ମୀ ମାନଙ୍କୁ ଶ୍ରୀ ସାମଲ ପରାମର୍ଶ ଦେଇଥିଲେ । ଆଜି ପ୍ରଥମେ ସେ ରଣଜିତ ପଂଚାୟତର ସମସ୍ତ ୱାର୍ଡ ସ୍ତରୀୟ ନେତାଙ୍କ ସହ ଆଲୋଚନା କରିଥିବା ବେଳେ କୋଭିଡ ନିୟମ ମାନି ସମସ୍ତେ ପ୍ରଚାର କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ୨୪ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ଉତ୍କଳ କେଶରୀ ମହାନ୍ତିଙ୍କ ସମେତ ସରପଞ୍ଚ , ସମିତିସଭ୍ୟ ଓ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ପ୍ରାର୍ଥୀ ମାନେ ଉପସ୍ଥିତ ଥିଲେ । ସେହିଭଳି ସରସଦା ପଂଚାୟତ ସମିତିସଭ୍ୟ, ସରପଞ୍ଚ , ୱାର୍ଡ ସଭ୍ୟ ସଭ୍ୟା ଓ ବରିଷ୍ଠ କର୍ମୀଙ୍କ ସହିତ ଶ୍ରୀସାମଲ ଆଲୋଚନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ