ବିଜେପିରେ ମିଶିଲେ ବିଜେଡି କର୍ମୀ

କୋଣାର୍କ (ଜୁଗାବ୍ଦ ନ୍ୟୁଜ୍‍): କୋଣାର୍କ ଥାନା ଅନ୍ତର୍ଗତ ବନାଖଣ୍ଡି ପଞ୍ଚାୟତର ମୁରକୁଣ୍ଡି ଗ୍ରାମର ମଙ୍ଗଳା ମନ୍ଦିର ନିକଟରେ ଶତାଧିକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଥିବା ଜଣାପଡିଛି । ବିଜେପିର ତୋଫାନ ପାଣ୍ଡିଆ, ଅକ୍ଷୟ ପ୍ରଧାନ, ଧନେଶ୍ୱର ସାସମଲଙ୍କ ନେତୃତ୍ୱରେ ମାଙ୍କରଗୋରଡି, ମୁରକୁଣ୍ଡିି, କୁଲଙ୍ଗ,ବିରିପଦା ଗ୍ରାମର ଶତାଧିକ ଅସନ୍ତୁଷ୍ଟ ବିଜେଡି କର୍ମୀ ବିଜେପିରେ ମିଶିଛନ୍ତି । କର୍ମୀମାନଙ୍କୁ କାକଟପୁର ବିଜେପି ବିଧାୟକ ପ୍ରାର୍ଥୀ ରବି ମଲ୍ଲିକ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହିତ ସଂଗଠନକୁ ମଜବୁତ କରିବା ପାଇଁ ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ସୂଚନା ଥାଉକି ଗତ ୧୮ତାରିଖରେ କୁରୁଜଙ୍ଗ ପଞ୍ଚାୟତର ତାଳସୁଆଁ ଗ୍ରାମର ଶତାଧିକ ବିଜେଡି କର୍ମୀ ବିଜେପିରେ ମିଶିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ