ବିଜେପିର କାର୍ଯ୍ୟକାରିଣୀ ବୈଠକ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲାନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକ ନାଗପୁର ର ଗୋଲପୁର ଠାରେ ବିଜେପି ର କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ସୌଦାମିନୀ ସେନାପତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ମଣ୍ଡଳ ର ସାଧାରଣ ସମ୍ପାଦକ ବିଜୟ ନାୟକ ଆଗତ କରିଥିଲେ ।ଏହି ଚିଠା ପ୍ରସ୍ତାବ କୁ ନରେଶ ପ୍ରଧାନ, ଶିବାନୀ ଶଙ୍କର ସେଠୀ, ଅଜୟ ଜେନା,ରାଜ କିଶୋର ନାୟକ ,ଶ୍ୟାମସୁନ୍ଦର ସାହୁ,ପ୍ରଭୁତି ସମର୍ଥନ କରିଥିବା ବେଳେ ଗୋପ ର ପୁର୍ବତନ ସରପଞ୍ଚ ତଥା ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ସ୍ଵାଇଁ ଏହାର ସଂକଳନ କରିଥିଲେ ।ଦୀପକ ପଲେଇ ସ୍ୱାଗତ ଭାଷଣ ଦେଇଥିଲେ ।ଏହି ବୈଠକ ରେ ରାଜ୍ୟ ଉପସଭାପତି ଶ୍ରୀମତୀ ପ୍ରଭାତୀ ପରିଡା ଯୋଗ ଦେଇ ସମସ୍ତ ବୁଥ ରେ ନୂତନ କମିଟି ଗଠନ ଓ ତୃଣ ମୂଳ ସ୍ତରରେ ଦଳ କୁ ମଜବୁତ କରିବା ପାଇଁ ଖସଡ଼ା ପ୍ରସ୍ତୁତ କରିଥିଲେ । ଆସନ୍ତା ଅଗଷ୍ଟ ୧୧ ରୁ ୧୫ ତାରିଖ ମଧ୍ୟରେ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ ରେ ସମସ୍ତେ ସାମିଲ ହେବା ପାଇଁ ସାଧାରଣ ଲୋକ ମାନଙ୍କ ପାଖରେ ବାର୍ତା ପହଞ୍ଚାଇବାକୁ ନିଷ୍ପତ୍ତି ନେଲେ ।ଅନ୍ୟତମ ଅତିଥି ଭାବେ ବରିଷ୍ଠ ନେତା ଦିଲ୍ଲୀପ ନାୟକ ଯୋଗ ଦେଇଥିଲେ ।ସ୍ୱାଧୀନତା ର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳିତ ହେଉଥିବା ଅମୃତ ମହୋତ୍ସବ ରେ ସାମିଲ ହେବା ପାଇଁ ପ୍ରସ୍ତୁତି ହେଲା ।ଆସନ୍ତା ୯ ତାରିଖ ରୁ ୧୧ ତାରିଖ ପର୍ଯ୍ୟନ୍ତ ତ୍ରିରଙ୍ଗା ପଦଯାତ୍ରା ରେ ସାମିଲ ହେବା ପାଇଁ ପ୍ରତି ପଂଚାୟତ ରେ ପ୍ରସ୍ତୁତି ବୈଠକ କରାଯିବା ପାଇଁ ନିଷ୍ପତ୍ତି କରାଗଲା ।ଗୋପ ପଂଚାୟତ ସଭାପତି ଭାବେ ଶ୍ରୀ ସହଦେଵ ସେନାପତି, ବେଦପୁର ପଂଚାୟତ ସଭାପତି ଶ୍ରୀ ଧନେଶ୍ୱର ମିଶ୍ର, ନାଗପୁର ପଂଚାୟତ ର ସଭାପତି ଶ୍ରୀ ପ୍ରଫୁଲ ବେହେରା, ଏରବଙ୍ଗ ପଂଚାୟତ ସଭାପତି ଭାବେ ଶ୍ରୀ ଯୋଗେନ୍ଦ୍ର ଜେନା ଙ୍କୁ ମନୋନିତ କରାଗଲା ।କାର୍ଯ୍ୟକ୍ରମ ରେ ମଣ୍ଡଳ ର ଯୁବମୋର୍ଚା ସଭାପତି ଶିବ ପ୍ରସାଦ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ବୈଠକ ରେ ସମସ୍ତ ବୁଥ ସଭାପତି, ଶକ୍ତିକେନ୍ଦ୍ର ପ୍ରମୁଖ, ସହ ପ୍ରମୁଖ, ମଣ୍ଡଳ ପଦାଧିକାରୀ, ନିର୍ବାଚିତ ପ୍ରତିନିଧିମାନେ ଓ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।