ବିଜେପିର ଜୋରଦାର ପ୍ରଚାର

ବାଲେଶ୍ୱର, (ସରୋଜ ପଣ୍ଡା) :-ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ-ସଭାପତି ମାନସ କୁମାର ଦତ୍ତ ସଦର ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତକୁ ବାରମ୍ବାର ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଜାରି ରଖିଛନ୍ତି । ବୁଧବାର ସେ ପ୍ରଥମେ ଆଳୁମେଦା ପଞ୍ଚାୟତକୁ ଯାଇ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟ ଏବଂ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ସାଧାରଣ ଲୋକଙ୍କୁ ବୁଝାଇଛନ୍ତ । ସଦର ବିଧାନସଭା ଆସନ ଉପ-ନିର୍ବାଚନକୁ ବର୍ଷେ ବିତିଯାଇ ଥିବା ବେଳେ କୌଣସି ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟ ହୋଇ ନପାରିବା ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଥିଲେ । ଲୋକଙ୍କ ମଧ୍ୟରେ ପରିବର୍ତ୍ତନର ମାନସିକତା ଦେଖାଯାଇଥିବା ବେଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପି ବାଜିମାତ କରିବ ବୋଲି ଶ୍ରୀ ଦତ୍ତ ପରିପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ୨୯ ନଂ ଜିଲା ପରିଷଦ ପ୍ରାର୍ଥୀ ବିଜୟ କୁମାର ନାୟକ, ୨୮ ନଂ ଜିଲା ପରିଷଦ ପ୍ରାର୍ଥୀ ସନ୍ତୋଷ ସେଠୀ, ଆଳୁମେଦା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ନମିତା ମଣ୍ଡଳ, ସମିତି ସଭ୍ୟା ପ୍ରାର୍ଥୀନୀ ମାଳତୀ ମାଝୀ, କୁରାଡିହା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ନିରଞ୍ଜନ ଧଳ, ସମିତିସଭ୍ୟ ପ୍ରାର୍ଥୀ ରାଜକିଶୋର ମହାଳିକ, ପଞ୍ଚୁପଡା ମଣ୍ଡଳ ସଭାପତି ବିଜୟ ଦାସ, ରୁପସା ମଣ୍ଡଳ ସଭାପତି ତପନ ଗିରି, ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ, ପଞ୍ଚାୟତ ସଭାପତି କାହ୍ନୁ ପ୍ରଧାନ, ସଦାଶିବ ଜେନା, ପ୍ରବୀର ଶଙ୍କର ଦାଶ, କାର୍ତ୍ତିକ ପ୍ରଧାନ, ସୋନା ଧିଣ୍ଡା, ସଞ୍ଜୟ ମଣ୍ଡଳ, ପୁରୁଷୋତ୍ତମ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ