ବିଜେପିର ବିଜୟ ସଙ୍କଳ୍ପ ସଭା

ତିର୍ତ୍ତୋଲ/ରଘୁନାଥପୁର(ଜୁଗାବ୍ଦ ନ୍ୟୁଜ୍‍): ତିର୍ତ୍ତୋଲ ବ୍ଲକ୍ କଟକ-ପାରାଦୀପ ରାସ୍ତା ସାରଳା ଶ୍ରୀକ୍ଷେତ୍ର କାଳି ପଡ଼ିଆଠାରେ ବିଜେପି ପକ୍ଷରୁ ବିଜୟ ସଙ୍କଳ୍ପ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ କୁମାର ଦାଶ ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥିଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜଗତସିଂହପୁର ବିଜେପି ଲୋକସଭା ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ, ତିର୍ତ୍ତୋଲ ବିଧାୟକ ପ୍ରାର୍ଥୀ, ଲଲାଟେନ୍ଦୁ ବଡ଼ୁ, ପ୍ରମୋଦିନୀ ସେଠୀ, ମାନସ ମହାପାତ୍ର, ରୂପକ କୁମାର ଖୁଣ୍ଟିଆ, ସାଗର ଦାସ, ଜ୍ୟୋତି ରଞ୍ଜନ ସାହୁ, ପ୍ରମୋଦ ପ୍ରଧାନ, ଶିବ ପ୍ରସାଦ ସାହୁ, ସୁଧିର କୁମାର ପଣ୍ଡା, ରାକେଶ ମହାପାତ୍ର, ବିରଜା ମୋହନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଯୋଗଦେଇ ତିର୍ତ୍ତୋଲ ବିଧାୟକ ପ୍ରାର୍ଥୀ ଓ ଜଗତସିଂହପୁର ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବା ପାଇଁ ନିବେଦନ କରିଥିଲେ । ବିଧାୟକ ପ୍ରାର୍ଥୀ ନିର୍ବାଚନରେ ଜିତିଲେ ତିର୍ତ୍ତୋଲ ଦୀର୍ଘଦିନ ଧରି ବନ୍ଦ ହୋଇ ରହିଥିବା ସାରଳା ସୁତା କଳକୁ ଚାଲୁ କରିବେବୋଲି କହିଥିଲେ । ପ୍ରତ୍ୟେକ ପଞ୍ଚାୟତରୁ ୫୦ ଟି ପରିବାରକୁ ରୋଜଗାର ଦେବା ପାଇଁ ସକଳ୍ପ ନେଇଥିଲେ । ୨୦୨୨ ସୁଧା ସମସ୍ତଙ୍କ ଚାଳ ଘରକୁ ପକ୍କା, ପାଇଖାନା, ବିଜୁଳି, ଗ୍ୟାସ ଦେବାପାଇଁ ସକଳ୍ପବଦ୍ଧ ବୋଲି ପ୍ରାର୍ଥର ଶ୍ରୀଯୁକ୍ତ ଭୋଇ କହିଥିଲେ । ଝଙ୍କଡ଼ର ଅଧିଷ୍ଠୀତ୍ରୀ ଦେବୀ ମା ଶାରଳାଙ୍କ ପୀଠ ଓ ପ୍ରଭୂ ଗୋରଖନାଥ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା କରାଇବେ ବୋଲି ମଧ୍ୟ କହିଥିଲେ । ବିଧାୟକ ପ୍ରାର୍ଥୀ ସେହି କର୍ମକର୍ତ୍ତା ଓ ଯୁବଗୋଷ୍ଠୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅଣଦେଖା କରୁଥିବାରୁ ଆଗାମୀ ନିର୍ବାଚନରେ ସହଯୋଗ କରିବେ ନାହିଁବୋଲି ପରୋକ୍ଷରେ ମତବ୍ୟକ୍ତ କରିଥିଲେ । ବିଜେପିର ସ୍ଥିତି ତିର୍ତ୍ତୋଲରେ ଦୂର୍ବଳ ରହିଥିବା ଅନୁମାନ କରାଯାଉଛି । ବିଧାୟକ ପ୍ରାର୍ଥୀ ଦୀର୍ଘ ୪ ବର୍ଷ ଧରି ନିର୍ବାଚନ ମଣ୍ଡଳୀର ୬୧ ଟି ପଞ୍ଚାୟତରେ ବୁଲି ସଂଗଠନ କରି ଥରେ ସୁଯୋଗଦେବାପାଇଁ ଭୋଟ ଭିକ୍ଷା କରିଥିଲେ ମଧ୍ୟ ନିର୍ବାଚନ ମଣ୍ଡଳୀର ବରିଷ୍ଠି ବିଜେପି କର୍ମକର୍ତ୍ତା, ଯୁବଗୋଷ୍ଠିଙ୍କୁ ବହୁ କ୍ଷେତ୍ରରେ ଅଣଦେଖା କରାଯାଉଥିବା କଥା ଆଲୋଚନା ଚାଲିଛି । ଏହି ବିଜୟ ସଂକଳ୍ପ ସଭାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସମେତ ଜିଲ୍ଲା ସଭାପତି, ବରିଷ୍ଠ ବିଜେପି ନେତା, ଯୁବଗୋଷ୍ଠୀଙ୍କ ଅନୁପସ୍ଥିତ ଓ ଆଖିଦୃଶିଆ କର୍ମୀ ଯୋଗ ଦେଇନଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ