ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକର ୬ଟି ଜିଲ୍ଲାପରିଷଦ ଜୋନ ପାଇଁ ଆଜି ବିଜେପି ପକ୍ଷରୁ ନାମାଙ୍କନପତ୍ର ଦାଖଲ ହୋଇଛି । ୧ନମ୍ବର ଜୋନପାଇଁ ତପସ୍ୱିନୀ ମହାନ୍ତ, ୩ନମ୍ବର ପାଇଁ ଅସୀମା ମିଶ୍ର, ୩୪ନଂ ଜୋନପାଇଁ ବିବେକାନନ୍ଦ ରାଉତ, ୩୫ନଂ ଜୋନପାଇଁ ତୃପ୍ତୀମୟୀ ଜେନା, ୩୬ନଂ ଜେନା ପାଇଁ ପୁର୍ଣ୍ଣଚନ୍ଦ୍ର ଜେନା, ୩୭ନଂ ଜୋନପାଇଁ ଜ୍ଞାନେନ୍ଦ୍ର କୁମାର ଜେନା ସେମାନଙ୍କ ସମର୍ଥକ ଓ ପ୍ରସ୍ତାବକ ମାନଙ୍କ ସହିତ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି । ତାଙ୍କ ସହିତ ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀ, ଜ୍ଞାନରଞ୍ଜନ ସାମନ୍ତ ସିଂହାର, ମହେଶ୍ୱର ସାହୁ, ଭଗବାନ ସାହୁ, ରାମଚନ୍ଦ୍ର ସାହୁ, ଯଜ୍ଞପ୍ରସାଦ, ମଧୁସୁଦନ ରାଉତ, ବଳଭଦ୍ର ବାରିକ, ବିଜୟ ରାଉତ, କୈଳାଶ ସାମଲ, ଶଶିକାନ୍ତ ରାଉତ, ଅନାଦି ସାହୁ, ଶମ୍ବୁନାଥ ରାଉତ, ସୁମତୀ ଜେନା, ପ୍ରସାନ୍ତ ମହାପାତ୍ର, ହେମନ୍ତ ମହାନ୍ତ ପ୍ରମୁଖ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।