ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ସ୍ବାଧୀନତା ଦିବସ ପାଳନ

ବାଲେଶ୍ୱର, (ସରୋଜ ପଣ୍ଡା):୧୫ ଅଗଷ୍ଟ ସୋମବାର ଦିନ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ୭୭ତମ ସ୍ବାଧୀନତା ଦିବସ ଅତ୍ୟନ୍ତ ହର୍ଷୋଉଲ୍ଲାସରେ ପାଳିତ ହୋଇଯାଇଛି।‌ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ପତକା ଉତ୍ତୋଳନ କରିଥିବା ବେଳେ ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ବକ୍ତା ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ପୁର୍ବତ୍ତନ ବିଧାୟକ ଜୀବନ ପ୍ରଦୀପ ଦାଶ ଉପସ୍ଥିତ କର୍ମୀବୃନ୍ଦଙ୍କୁ ସ୍ବାଧୀନତା ଦିବସର ମହତ୍ୱ ବିଷୟରେ ଅବଗତ କରାଇଥିଲେ। ସମାରୋପ ଭାଷଣରେ ସଭାପତି ଶ୍ରୀଯୁକ୍ତ ମହାପାତ୍ର କହିଥିଲେ ଯେ ପରାଧୀନତାରୁ ମୁକ୍ତିଲାଭ ହେବା ସ୍ବାଧୀନତା ନୁହେଁ, ଯୁବପିଢ଼ୀଙ୍କ ପାଇଁ ଅନେକ କାର୍ଯ୍ୟ ବାକି ଅଛି, ଅଶିକ୍ଷା ବିରୁଦ୍ଧରେ ଲଢେଇ, ସ୍ବଚ୍ଛତା ପାଇଁ ଲଢ଼େଇ, ନିଶା ରାକ୍ଷସ ବିରୁଦ୍ଧରେ ଲଢେଇ, ଆର୍ଥିକ ସ୍ବାବଲମ୍ବୀ ହେବା, ରାଷ୍ଟ୍ରବାଦୀ ହେବାକୁ ପଡିବ। ଶେଷରେ ଜିଲ୍ଲା ଉପସଭାପତି କମଳଲୋଚନ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହିଳାମୋର୍ଚା ରାଜ୍ୟ ଉପସଭାପତି ଷୁସମା ରାଣୀ ବିଶ୍ବାଳ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ, ଜିଲ୍ଲା ଉପସଭାପତି କମଳା ବିନ୍ଧାଣୀ, ଜିଲ୍ଲା ସମ୍ପାଦକ ମହୁଆ ପ୍ରଧାନ ଓ ସସ୍ମିତା ଚାନ୍ଦ ଓ ବିଜୟ ସାହୁ, ନାରୀ ନେତ୍ରୀ ମମତା ମହାପାତ୍ର, ଜିଲ୍ଲା ଗଣମାଧ୍ୟମ ସହସଂଯୋଜକ ରଣଜିତ ପୃଷ୍ଟୀ ସମେତ ଅନେକ କର୍ମୀବୃନ୍ଦ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ