ବିଜେପି ତରଫରୁ ସଫେଇ କର୍ମଚାରୀଙ୍କୁ କରୋନା ଯୋଦ୍ଧାରେ ସମ୍ମାନିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ)ସାରା ବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଓଡିଶାର କନ୍ଧମାଳ ଜ଼ିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇବାରେ  ଲାଗିଛି l ଏହି ପରିପ୍ରେକ୍ଷୀରେ କୋଭିଡ-୧୯ ର ମୁକାବିଲା ପାଇଁ ଡ଼କ୍ଟର, ସ୍ୱାସ୍ଥ୍ୟକର୍ମୀ,  ପୋଲିସ ଓ  ସଫେଇ କର୍ମୀ ମାନେ ଲୋକଙ୍କ ପାଇଁ ଦିନରାତି କାମ କରୁଛନ୍ତି l ସେମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ବାଲିଗୁଡା ବିଜେପି ପକ୍ଷରୁ ଏକ  ଅଭିନଵ ପ୍ରୟାସ କରାଯାଇଥିଲା l ଭାଜପାର କନ୍ଧମାଳ ଜ଼ିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ଦିବାକର ସାହୁ, ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ,ପୂର୍ଵତନ ସଭାପତି ସୁରେନ୍ଦ୍ର କୁମାର ପାତ୍ର, ଓ  ଜ଼ିଲ୍ଲା ଯୁବମୋର୍ଚା ସମ୍ପାଦକ ଅଭୟ କୁମାର ପାତ୍ର ପ୍ରମୁଖ ଙ୍କ ଉପସ୍ଥିତିରେ ବାଲିଗୁଡା ଏନଏସି ରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀଙ୍କୁ କୋଭିଡ -୧୯ ସମ୍ମାନରେ ପ୍ରସଂଶା ପତ୍ର ସହ  ଉପଢକୌନ ଦେଇ ସମ୍ମାନିତ କରାଯିବା ସହ ମାସ୍କ, ରାସନ ସାମଗ୍ରୀ, ସାନିଟାଇଜର ଓ  ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ