ଶ୍ରୀମନ୍ଦିର ସୁରକ୍ଷା ମଞ୍ଚର ଶୋଭାଯାତ୍ରା : ଦାବୀ ପତ୍ର ପ୍ରଦାନ

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ଠାରେ ଶ୍ରୀମନ୍ଦିର ସୁରକ୍ଷା ମଞ୍ଚ ପକ୍ଷରୁ ଶୋଭାଯାତ୍ରା କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଉଛି l ପୁରୀ ଶ୍ରୀମନ୍ଦିର ଚତୁର୍ପlଶ୍ୱରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବା ସହ ଆଇନ ଅନୁଯାୟୀ କରିବାକୁ ଦାବି କରାଯାଇଛି l ଏସମ୍ପର୍କରେ ଏାଡେ଼ମୀ ଦାବିପତ୍ର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ମୋହନା ବିଡ଼ିଓ ତପସ୍ଵିନୀ ହାଁସଦା ଙ୍କୁ ପ୍ରଦାନ କରିଛନ୍ତି l ଶନିବାର ସ୍ଥାନୀୟ ଶିବ ମନ୍ଦିର ଠାରୁ ଶ୍ରୀମନ୍ଦିର ସୁରକ୍ଷା ମଞ୍ଚ ଗଜପତି ଜିଲ୍ଲା ଆବାହକ ତରଣୀସେନ ଦାସ ଙ୍କ ନେତୃତ୍ବରେ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା ପରେ ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ l ବ୍ଲକ କାର୍ଯ୍ୟାଳୟ ଫାଟକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଆଇନ୍ ଅନୁଯାୟୀ ଓ ଧାର୍ମିକ ପରମ୍ପରାକୁ ସମ୍ମାନ ଜଣାଇ କରିବାକୁ ଦାବି କରିଥିଲେ l ଶ୍ରୀ ମନ୍ଦିର ହେଉଛି ତୀର୍ଥକ୍ଷେତ୍ର l କୋଟି କୋଟି ଓଡିଆ ତଥା ସମଗ୍ର ବିଶ୍ବରେ ଥିବା ହିନ୍ଦୁ ଧର୍ମାବମ୍ବୀଙ୍କ ଅସ୍ଥାର ପ୍ରତୀକ l ହଜାର ହଜାର ବର୍ଷ ପୂର୍ବରୁ ଏହି ମନ୍ଦିର  ବାଲୁକା ସ୍ତୁପ ଉପରେ ନିର୍ମିତ ହୋଇଛି l ଏହାର ସୁରକ୍ଷା ସମସ୍ତଙ୍କ ଦାୟିତ୍ଵ l ତେବେ ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନା ରେ ଶ୍ରୀମନ୍ଦିର ଓ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଶହ ଶହ ବର୍ଷର ମଠ ମନ୍ଦିରକୁ ଭାଙ୍ଗି  ଶ୍ରୀମନ୍ଦିର ଠାରୁ ଶହେ ମିଟର ମଧ୍ୟରେ ବିରାଟ ବିରାଟ ଗାତ ଖୋଳି ଅତ୍ୟାଧୁନିକ ଅଟାଳିକ ନିର୍ମାଣ କାର୍ଯ୍ୟ ଜlରିରଖିଛନ୍ତି l ଏହା ଦ୍ବାରା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରିଛି ବୋଲି ମଞ୍ଚ ଅଭିଯୋଗ କରିଛି l ଶ୍ରୀମନ୍ଦିରର ବିକାଶ କାର୍ଯ୍ୟକୁ ବିରୋଧ କରାଯାଉନାହିଁ l କିନ୍ତୁ ବିକାଶ ନାରେ ଜଗନ୍ନାଥ ସଂସ୍କୃତିକୁ ବିନାଶ କରାନଯାଇ ବୋଲି ଦାବି କରିବା ସହ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ, ଜଗନ୍ନାଥ ସଂସ୍କୃତି ଗବେଷକ ମାନଙ୍କ ସହ ଆଲୋଚନା କରାଯାଇ ନିର୍ମାଣ କାର୍ଯ୍ୟ କରାଯାଉ ବୋଲି ମଞ୍ଚ ଦାବି କରିଛି l ଏହି ଶୋଭାଯାତ୍ରାରେ ଶ୍ରୀମନ୍ଦିର ସୁରକ୍ଷା ମଞ୍ଚର କର୍ମକର୍ତ୍ତା କୈଳାସ ରଣଜିତ, ପ୍ରଶାନ୍ତ ସୁବୁଦ୍ଧି, ବାବୁଲା ସେଠୀ, ରାଘବ ନାୟକ, ପିତାମ୍ବର ମଣ୍ଡଳ, ଚୈତନ୍ୟ ମଲିକ ଓ ଦାଶରଥି ରଇତ ଙ୍କ ସମେତ ଶତାଧିକ ମହିଳା ପୁରୁଷ ଯୋଗଦେଇଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ