ବିଜେପି ପକ୍ଷରୁ ଗରିବଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ହାଟଡିହି,(ଓ୍ବାଇଏନ୍ଏସ୍) : ଭାରତୀୟ ଜନତା ପାର୍ଟି ପକ୍ଷରୁ ହାଟଡିହି ଗ୍ରାମର ଗରିବ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । କରୋନା ମହାମାରୀ ଯୋଗୁଁ ଲକଡାଉନ ସର୍ଟଡାଉନ ଜାରି ରହିଥିବାବେଳେ ଗରିବ ପରିବାର ଗୁଡିକ ନାନା ଅସୁବିଧାରେ କାଳାତିପାତ କରୁଛନ୍ତି । ଏପରିସ୍ଥିତିରେ ଭାରତୀୟ ଜନତାପାର୍ଟି ହାଟଡିହି ପକ୍ଷରୁ ଆଜି ୬୦ଗରିବ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ, ମଣ୍ଡଳ ସଭାପତି କୈଳାଶ ସାମଲ, ସନ୍ତୋଷ ପାତ୍ର, ବାବୁ ପାତ୍ର, ସୁଶାନ୍ତ ଜେନା, ଚନ୍ଦନ ସାହୁ, ତପନ ସାହୁ, ସନ୍ତୋଷ ସାହୁ, ସ୍ମୃତିରଞ୍ଜନ ବେହେରା, ବିଜୟ ଜେନା, ମାନସ ରଣା ପ୍ରମୁଖ ଉପସ୍ଥିତ ହୋଇ ୬୦ପରିବାରକୁ ଚାଉଳ, ଡାଲି, ସାବୁନ, ଚୁଡା, ଚିନି ଆଦି ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ