ବିଜେପି ପକ୍ଷରୁ ଜିତୁ ଭାଇନାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ
ବ୍ରହ୍ମପୁର, (ଅନିଲ କୁମାର):ଜିତୁ ଭାଇନା ଜଣେ ଶାନ୍ତ, ସରଳ, ମେଳାପି, ପୋରପକାରୀ ଭାବରେ ଆମ ସମସ୍ତଙ୍କ ନିକଟରେ ଅତି ପରିଚିତ । ଏମିତି ଏକ ଅସମୟରେ ଅକାଳ ବିୟୋଗ ହୋଇଛି, ଭାଷା ମିଳୁନି କିଛି ଲେଖିବା ପାଇଁ । ଏହି ଦୁଃଖଦ ଖବର ଶୁଣି ମୁଁ ବିଶେଷ ଦୁଃଖିତ ଏବଂ ମର୍ମାହତ । ଦୀର୍ଘ ୨୦ ବର୍ଷ ହେଲା ମୁଁ ତାଙ୍କୁ ଭଲ ଭାବରେ ଜାଣିଛି । ଗତ ୨୭ ତାରିଖ ସଂଧ୍ୟାରେ ମୁଁ ତାଙ୍କ ସହ କଥା ହେଇଥିଲି । ସାମ୍ବାଦିକତା କ୍ଷେତ୍ରରେ ସେ ଜଣେ ନିରପେକ୍ଷ ଓ ନିର୍ଭିକ ବ୍ୟକ୍ତିତ୍ଵ । ବର୍ତ୍ତମାନ ‘ସକାଳ’ ଦୈନିକ ଖବରକାଗଜର ବ୍ରହ୍ମପୁର ସଂସ୍କରଣର ବ୍ୟୁର ଚିଫ୍ ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ଆକସ୍ମିକ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପବିତ୍ର ଆତ୍ମାର ସଦଗତି କାମନା କରୁଛି ଏବଂ ତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ମହାପ୍ରଭୁ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରୁଛି।


