ବିଜେପି ପକ୍ଷରୁ ଜିଲୁଣ୍ଡି ଗ୍ରାମ ପଂଚାୟତ ରେ ମାସ୍କ ବଣ୍ଟନ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କୋରନା ପାଇଁ ସରକାର ସାରା ଦେଶରେ ଲକ୍ ଡାଉନ ଘୋଷଣା କରିଛନ୍ତି। କୋରନା ସଂକ୍ରମଣ କୁ ରକ୍ଷା ପାଇଁ ଜନସାଧାରଣ ଙ୍କ ପାଇଁ ମାସ୍କ ବିନ୍ଧିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ବିଜେପି ପକ୍ଷରୁ ଜିଲୁଣ୍ଡି ଗ୍ରାମ ପଂଚାୟତ ରେ ଜନସାଧାରଣ ଙ୍କୁ ମାସ୍କ ବଣ୍ଟନ କରାଯାଇଛି। ଏଥିରେ ଜିଲୁଣ୍ଡି ପଂଚାୟତ ର ଓକିଲ ଆଶିଷ କୁମାର ପ୍ରଧାନ, ହେମନ୍ତ ପ୍ରଧାନ,ପ୍ରଶାନ୍ତ ପଣ୍ଡା,ମୁନା ପାତ୍ର, ଶଙ୍କର ପ୍ରଧାନ ଏବଂ ଏକାଧିକ ବିଜେପି କର୍ମକର୍ତ୍ତା ଯୋଗଦେଇ ଥିଲେ


