୪ ବସ୍ ରେ ବେଲଗୁଣ୍ଠା ଆସିଲେ ୨୧୬ଶ୍ରମିକ ,ସମସ୍ତେ ସଙ୍ଗରୋଧରେ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ଲକ୍ ଡାଉନ ଅବଧିକୁ କେନ୍ଦ୍ର ସରକାର ଚଳିତ ମାସ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।ତେବେ ଏହା ମଧ୍ୟରେ ଗୁଜୁରାଟର ସୁରତରୁ ଗଞ୍ଜାମ ଜିଲ୍ଲାକୁ ଓଡ଼ିଆ ଶ୍ରମିକଙ୍କ ସୁଅ ଛୁଟି ବାରେ ଲାଗିଛି ।ଶନିବାର ଦିନ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟ ବରପୁର ପଞ୍ଚାୟତ ର ପ୍ରତାପ ଲକ୍ଷ୍ମଣ ପୁର ଠାରେ ଅବସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟକୁ ତିନୋଟି ବସ୍ ରେ ୧୬୮ଜଣ ଶ୍ରମିକ ଆସି ସଙ୍ଗରୋଧରେ ରହିଥିବା ବେଳେ ଆଜି ଆଉ ୪ ଟି ବସ୍ ବେଲଗୁଣ୍ଠାରଜ ଲାଗିଛି ।ବେଲଗୁଣ୍ଠା ଜି.ଟି ହାଇସ୍କୁଲଠାରେ ଦୁଇଟି ବସ୍ ରେ ୧୦୦ଜଣ ସୁରତ ଫେରନ୍ତା ଆସି ସଙ୍ଗରୋଧରେ ରହିଥିବା ବେଳେ ଧୁମୁଛାଇ ବିଦ୍ୟାଳୟରେ ଗୋଟିଏ ବସ୍ ରେ ୬୦ ଆସି ସଙ୍ଗରୋଧରେ ରହିଛନ୍ତି ।ସେହିପରି ଶାସନ ଠାରେ ଆଉ ଏକ ବସ୍ ରେ ୫୬ ଶ୍ରମିକ ଆସି ସନ୍ଧାନ ପବ୍ଲିକ ସ୍କୁଲ ରେ ସଙ୍ଗରୋଧରେ ରହିଥିବା ଜଣାପଡିଛି ।ଏହି ସୁରତ ଫେରନ୍ତା ଙ୍କ ମଧ୍ୟରେ ଛୋଟ ଛୁଆ ଓ କିଛି ମହିଳା ଅଛନ୍ତି ।ବେଲଗୁଣ୍ଠା ଠାରେ ଲାଗିଥିବା ଦୁଇଟି ବସ୍ ଆଜି ଭୋରରୁ ଆସିଥିବା ବେଳେ କର୍ତ୍ତୃପକ୍ଷଙ୍କ ଦେଖାମିଳିନଥିଲା ।ଫଳରେ ସେମାନେ ବସ୍ ରୁ ଓହ୍ଲାଇ ଏଣେ ତେଣେ ବୁଲୁଥିବା ଲକ୍ଷ୍ୟ କରାଯାଇଥିଲା ।କିଛି ଦୋକାନ ରୁ ସେମାନେ କିଣିକି ଚା ,ବିସ୍କେଟ ଖାଉଥିବା କିଛି ଲୋକ ଦେଖି ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ପରେ ତହସିଲଦାର ଶ୍ରୀ ବେହେରା ସପୃଂକ୍ତ ଦୋକାନକୁ ଯାଇ କୈଫିୟତ ମାଗିଥିବା ଜଣାପଡିଛି ।ଗତକାଲି ଓ ଆଜି ୭ଟି ବସ୍ ରେ ୩୮୪ ସୁରତ ଫେରନ୍ତା ଆସିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ