ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଛତ୍ରପୁର (ଦେବଦତ୍ତ ମହାରଣା): ଭାରତୀୟ ଜନତା ପାର୍ଟି, ଅନୁସୁଚିତ ଜାତି ମୋର୍ଚ୍ଚା ଓଡିଶା ପ୍ରଦେଶର ସଭାପତି ଡ. ବିଭୁ ପ୍ରଭାଦ ତରାଇଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାରେ ଭାରତୀୟ ଜନତା ପାର୍ଟି, ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲ୍ଲାସଭାପତି ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ବିଜେପି କର୍ମୀ ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଦଳିତ ମାନଙ୍କ ପ୍ରତି ଆକ୍ରମଣ କରୁଥିବା ଶାସକ ଦଳ ବିଜେଡିର ଗୁଣ୍ଡାରାଜ ଓ ସମ୍ବିଧାନ ପ୍ରଣେତା ଡଃ ବି. ଆର. ଆମ୍ବେଦକରଙ୍କ ଫୋଟଚିତ୍ରକୁ ଫୋଫାଡିବା ଘଟଣାକୁ ବିରୋଧ କରି ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଦଳିତ ଲୋକଙ୍କ ବିରୋଧୀ ବିଜେଡି ସରକାର ଓ ତାଙ୍କ ଛତ୍ରଛାୟାରେ ରହୁଥିବା ପୋଲିସ୍ ପ୍ରଶାସନକୁ ଜିଲ୍ଲା ଏସସି ମୋର୍ଚ୍ଚା ଦୃଢ ନିନ୍ଦା କରୁଛି । ଏଥି ସହ ତାଙ୍କ ଉପରେ ହେଉଥିବା ଆକ୍ରମଣ ଓ ଅତ୍ୟାଚାର ସଂପର୍କରେ ଏଫଆଇଆର ମଧ୍ୟ ପୋଲିସ୍ ଅଧିକାରୀ ଗ୍ରହଣ କରୁନଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡା ଆଳି ନିର୍ବାଚନ ମଣ୍ଡଳୀରେ ମନରେଗାରେ ବ୍ୟାପକ ଦୁର୍ନିତୀ ଓ ଆଳି ଥାନା ଅନ୍ତର୍ଗତ ବାଳକାଟି ପଂଚାୟତରେ ଦଳିତ ବାସିନ୍ଦା ନବକିଶୋର ମଲ୍ଲିକ ଆବାସ ଯୋଜନା, ପାଇଖାନା, ରାସ୍ତା ନିର୍ମାଣ ଆଦି ଦୁର୍ନିତିକୁ ପର୍ଦ୍ଦାଫାସ କରିବାରୁ ତାଙ୍କୁ ମଧ୍ୟ ବିଜେଡିର କିଛି ଲୋକ ଆକ୍ରମଣ କରିଛନ୍ତି । ସେହିପରି ଜଗତସିଂପୁର ଜିଲ୍ଲା ଅନ୍ତର୍ଗତ ନାଉଗାଁ ପଂଚାୟତର ମହିଳାମାନେ ମନରେଗାରେ କାର୍ଯ୍ୟରତ ଥିବା ମହିଳାଙ୍କୁ ସରକାରୀ ନିର୍ଦ୍ଧାରିତ ମଜୁରୀ ନ ମିଳିବା ପ୍ରତିବାଦରେ ଏକ ଧାରଣାରେ ବସିଥିଲେ ଓ ତାଙ୍କୁ କିଛି ବିଜେଡିର ଦୁର୍ବୁତ୍ତ ଆସି ଆକ୍ରମଣ କରିବା ସହ ସମ୍ବିଧାନ ପ୍ରଣେତା ଡଃ ବାବା ସାହେବ ଆମ୍ବେଦକରଙ୍କ ଫୋଟକୁ ଫୋଫାଡି ଦେଇ ଭଙ୍ଗାରୁଜା କରିଥିଲେ । ଏସବୁ ବିଷୟକୁ ପ୍ରଶାସନ ଗମ୍ଭୀର ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଗଞ୍ଜାମ ଜିଲ୍ଲା ଏସସି ମୋର୍ଚ୍ଚା ବିରୋଧ କରିଛି । ସେହିପରି ଗଞ୍ଜାମ ଜିଲ୍ଲାରେ ମଧ୍ୟ ଦଳିତ ମାନଙ୍କ ପ୍ରତି ଅତ୍ୟାଚାର, ଭ୍ରଷ୍ଠାଚାର, ଦୁର୍ନିତି ହେଉଛି ବୋଲି ନିନ୍ଦା କରିଛି ଗଞ୍ଜାମ ଜିଲ୍ଲା ବିଜେପି ଅନୁସସୁଚବିତ ଜାତି ମୋର୍ଚ୍ଚା । ଉକ୍ତ କାର୍ଯ୍ୟକ୍ରମରେ , ଅନୂସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସମ୍ପାଦକ କୀର୍ତ୍ତନ ଦାସ, ଅନୂସୂଚିତ ଜାତି ମୋର୍ଚ୍ଚାର ଜିଲ୍ଲା ସମ୍ପାଦକ ସୁରେନ୍ଦ୍ର ସେଠୀ, କୃଷକ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଗଣପତି ବାରିକ, ବିଜେପି ଲିଗାଲ ସେଲ୍ ର ଜିଲ୍ଲା ଆବାହକ ପ୍ରଦୀପ କୁମାର ପାଢୀ, ବିଜେପି କଣମଣା ମଣ୍ଡଳ ସଭାପତି ପଦ୍ମ ଚରଣ ସାହୁ, ଭିକାରିପଲ୍ଲୀ ମଣ୍ଡଳ ସଭାପତି ପଦ୍ମ ଚରଣ ପରିଡା, ଛତ୍ରପୁର ମଣ୍ଡଳ ସଭାପତି ସଂଜିତ କୁମାର ରାଉଳ, ସାଧାରଣ ସଂପାଦକ ଅମରେଶ କୁମାର ମହାରଣା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ପାର୍ବତୀ ବେହେରା, ଏସସି ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ମୁନା ବେହେରା, ଗୋକୁଳ ପ୍ରଧାନ, ବିଜୟ କୁମାର ପରିଡା ଓ ପି. ତିରୁପତି ରେଡ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ