ବିଜେପି ପକ୍ଷରୁ ପଞ୍ଚାୟତ ଘେରାଉ ଓ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ

ହାଟଡିହିି, (ବିକାଶ ବିଶ୍ୱାଳ):ସାଧାରଣ ଲୋକଙ୍କ ସ୍ୱାର୍ଥ ରକ୍ଷାଲାଗି ଆଜି ବିଜେପି ପକ୍ଷରୁ ମରୈଗାଁ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରାଯାଇ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ସ୍ମରକପତ୍ର ପ୍ରଦାନ କରାଯାଇଛି । ଆଜି ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀମାନେ ମରୈଗାଁ ଛକରୁ ଏକ ପଟୁଆରରେ ଆସି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପଞ୍ଚାୟତରେ ହୋଇଥିବା ବିଭିନ୍ନ ଦୁନ୍ନୀତିକୁ ନେଇ ନାରାବାଜି ଦେିଥିଲେ । ପରେ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ପଞ୍ଚାୟତର ଜିଆରଏସଙ୍କ ମାଧ୍ୟମରେ ପ୍ରଦାନ କରିଥିଲେ । ଏହି ସ୍ମାରକପତ୍ରରେ ମରୈଗାଁ ପଞ୍ଚାୟତରେ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବାବେଳେ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁ ନଥିବାବେଳେ ଅଯୋଗ୍ୟଙ୍କୁ ଘର ପ୍ରଦାନ କରାଯାଇଛି । ଘର ନିର୍ମାଣ ଶେଷ କରିଥିବା ହିତାଧିକାରୀଙ୍କୁ ମନରେଗା ଟଙ୍କା ଓ ବୋନସ ଟଙ୍କା ଦିଆଯାଉ ନାହିଁ । ତାହା ଅନ୍ୟ ଲୋକଙ୍କ ବାଙ୍କ ଖାତାକୁ ଯାଉଛି । ମନରେଗା କାର୍ଯ୍ୟ ନହୋଇ ମିଧ୍ୟା ବିଲ ଉଠାଯାଇ ଅନୁଦାନ ଅର୍ଥକୁ ହଡପ କରାଯାଉଛି, ବିଭିନ୍ନ ଗାଁକୁ ରାସ୍ତାଘାଟର ଅବସ୍ଥା ଶୋଚନୀୟ ଥିବାବେଳେ କେବଳ ନାମ ଫଳକ ଲଗାଯାଇ ଅର୍ଥ ଉଠାଣ ହେଉଛି । ସେହିପରି ଫାଇଭ ଟି ନାମରେ କିଛି ବିଜେଡି ଲୋକଙ୍କୁ ସନ୍ତୁଷ୍ଟ କରିବାକୁ ଠିକାକାମ ଯୋଗାଇବା ଉଦେ୍ଦଶ୍ୟ ରଖି ନିମ୍ନମାନର କାମ କରାଯାଇ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା କରାଯାଉଛି । ହରଘର ଜଳ ଯୋଜନା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଗଲା ନାହିଁ, ଫଳରେ ଲୋକମାନେ ପାନୀୟ ଜଳପାଇଁ ନାନା ଅସୁବିଧା ଭୋଗ କରୁଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ କୋଟିପତି ମାନଙ୍କୁ ସାମିଲ କରି ରେସନକାଡ ଯୋଗେ ରେସନ ସାମଗ୍ରୀ ଯୋଗାଇ ଦିଆଯାଉଛି ବୋଲି ସ୍ମାରକପତ୍ର ରେ ଉଲେଖ କରାଯାଇଛି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜେପି ନେତା ଶରତ କୁମାର ସେଠୀ, ହରମୋହନ ଶାସିନି, ସୁଶାନ୍ତ କୁମାର ଜେନା, ତୃପ୍ତୀମୟୀ ଯେନା, ରମାକାନ୍ତ ଶଙ୍ଖୁଆ, ଗୋପବନ୍ଧୁ ସାହୁ, ପଦ୍ମନାଭ ମହାନ୍ତି, ଅମର ସେଠୀ, ହରିହର ମହାରଣା, ଜଗବନ୍ଧୁ ଖଟୁଆ, ଶାନ୍ତିଲତା ଯେନା, ଝରଣା ଯେନା, ଦମୟନ୍ତୀ ଖଟୁଆ, ରାଜେନ୍ଦ୍ର ପ୍ରସାଦ ଦାସ,ପର୍ଶୁରାମ ଦାସଙ୍କ ସମେତ ବହୁ ବିଜେପି କର୍ମୀ ସାମିଲ ହୋଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ