ବିଜେପି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
ହାଟଡ଼ିହି, : ରାଜ୍ୟ ସରକାର କ୍ରମାଗତ ଭାବରେ କେନ୍ଦ୍ରସରକାରଙ୍କ ବିଭିନ୍ନ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ଭୁଆଁ ଭୁଲାଉଛନ୍ତି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ପକ୍କାଘର ଗୁଡିକୁ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାରେ ହେଉଥିବା କହି ରାଜ୍ୟ ବାସୀଙ୍କୁ ଭ୍ରମିତ କରୁଛନ୍ତି । ମୋଦୀ ସରକାର ଦେଶରେ ବିଭିନ୍ନ ପ୍ରକାରର ଜନହୀତକର ଯୋଜନା ଲାଗୁ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଏଠି କେବଳ କେନ୍ଦ୍ରୀୟ ଯୋଜନାକୁ ହଠପ କରି ନାଁ ବଦଳାଇ ବାହାବା ନେବାକୁ ବସିଛନ୍ତି । ଏବେ ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳରେ ୪ଲକ୍ଷ ପକ୍କାଘର ନିର୍ମାଣର ଶୁଭଦେବେ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି । ସଂଘୀୟ ବ୍ୟବସ୍ଥାକୁ ଭ୍ରୁକ୍ଷେପ ନକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କାଘର କହିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ବିଜେପି ଅଭିଯୋଗ କରିଛି । ଏନେଇ ଆଜି ହାଟଡିହି ବିଜେପି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ମାଧ୍ୟମରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବିଜେପି ବିଧାୟକ ପ୍ରାର୍ଥୀ ଆଲୋକ ସେଠୀଙ୍କ ନେତୃତ୍ୱରେ ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ, ହରମୋହନ ଶାସିନି, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ସୁଶାନ୍ତ ଜେନା, କୈଳାଶ ସାମଲ, ମଧୁସୁଦନ ରାଉତ, ବଳଭଦ୍ର ବାରିକ, ରବିନ୍ଦ୍ର ମଲ୍ଲିକ, ବିଜୟ କୁମାର ରାଉତ, ସୁବାସ ଦାସ, ରଞ୍ଜନ ଜେନା, ଶତୃଘ୍ନ ଦାସ, ବାବାଜି ବାରିକ, ନନ୍ଦ କିଶୋର ଜେନା, ଜଗା ଦେବତା, ଶୁଭାଦ୍ରି ବଳିୟାର ସିଂ, ନାରାଣ ରାଉତ, ବିଶ୍ୱନାଥ ଖମାରୀ, ସୁରେନ୍ଦ୍ର ଦାସ, ପ୍ରଭାତ ରାଉତଙ୍କ ସମେତ ଶତାôଦକ ବିଜେପି କର୍ମୀ ଏକ ପଟୁଆରରେ ଯାଇ ହାଟଡିହି ବିଡିଓ ସୁଶାନ୍ତ ବାରିକଙ୍କୁ ସ୍ମାରକପତ୍ର ଦେଇଥିଲେ ।