ବିଜେପି ପକ୍ଷରୁ ସାଧାରଣ ଲୋକଙ୍କ ଠାରୁ ଜୋରିମାନା ଆଦାୟକୁ ବିରୋଧ

ବ୍ରହ୍ମପୁର,( ରାଜେଶ କୁମାର ପଟ୍ଟନାୟକ): ମହାନଗର ଅଞ୍ଚଳରେ ଲୋକେ କରୋନା ମହାମାରୀ କବଳରେ କବଳିତ ଥିବା ବେଳେ ନିଜର ଜୀବନ ଜୀବିକା ପାଇଁ ଅହରହ ସଂଘର୍ଷ କରି ଆସୁଛନ୍ତି । ପ୍ରଶାସନର ସମସ୍ତ ନିୟମ କାନୁନକୁ ମାନି ଚଳୁଥିବା ଯୋଗୁଁ ଜିଲ୍ଲାରେ କରୋନା ନିୟନ୍ତ୍ରଣକୁ ଆସୁଥିବା ବିଷୟ ନେଇ ଜିଲ୍ଲା ପ୍ରଶାସନ କହୁଥିବା ବେଳେ ସାଧାରଣ ଲୋକ ଦିର୍ଘ ୭ ମାସର ଜୀବିକା ହରାଇ ଶେଷରେ ନିଜର ପରିପୋଷଣ ପାଇଁ ସଂଘର୍ଷ କରି ଆସୁଛନ୍ତି । ଡ୍ରାଇଭର ବା କଣ୍ଡକ୍ଟର ଭଳି ବିଭିନ୍ନ ଜିବୀକା ହରାଇ ନିଜର ପେଟ ପୋଷିବା ପାଇଁ କିଏ କଦଳୀ ବିକ୍ରୀ କରି ତାର ପରିବାର ମୁହଁରେ ଦାନା ଟିକେ ଦେବା ପାଇଁ ସଂଘର୍ଷ କରୁଥିବା ବେଳେ ଆଉ କିଏ ତାର ବନ୍ଦ ପଡିଥିବା ଦିର୍ଘ ଦିନର ଜଳଖିଆ ଦୋକାନ ଖୋଲି ପୁନଃ ପରିବାର ପୋଷଣ ପାଇଁ ଆଶା ବାନ୍ଧି ଦାଣ୍ଡକୁ ବାହାରିଛି । ଗତ କିଛି ଦିନ ହେଲା ମହାନଗର ଅଧିନରେ ଥିବା ଏନଫୋର୍ସମେଣ୍ଟ ଅଧିକାରୀ ତରୁଣକାନ୍ତି ବାବୁ ଓ ତାଙ୍କର ଟିମ୍ ଯେଉଁଭଳି ଭାବରେ ସାଧାରଣ ବ୍ୟବସାୟୀଙ୍କ ଉପରେ ଯେଉଁ ପ୍ରକାର ଦାଦାଗିରି ଦେଖାଉଛନ୍ତି ତାହା ଅସହ୍ୟ ହେଲାଣି ବୋଲି ଅଭିଯୋଗ କରିଛି ବିଜେପି । ଛୋଟ ଚା ଦୋକାନୀଟି ଦିନକୁ ୫୦ ଟଙ୍କା ରୋଜଗାର କରି ପରିବାର ପ୍ରତିପୋଷଣ କରିବାକୁ ଆଶା ବାନ୍ଧିଥିବା ବେଳେ ହଜାର ହଜାର ଟଙ୍କା ଜୋରିମାନା ଆଦାୟ ସମସ୍ତଙ୍କୁ ଅତି ମର୍ମାହତ କରିଛି । ଭାଜପା ବ୍ରହ୍ମପୁର ତରଫରୁ କମିଶନରଙ୍କୁ ଅନୁରୋଧ କରିଛନ୍ତି ଏହି କରୋନା ମହାମାରି ସମୟରେ ଜୋରିମାନା ଆଦାୟକୁ ବନ୍ଦ କରନ୍ତୁ ଯଦି କେହି ଅମାନିଆ ହୁଅନ୍ତି ତାହା ହେଲେ ତାଗିଦ୍ କରିବା ସହ ସର୍ବାଧିକ ୧୦୦ ଟଙ୍କାରୁ ଉର୍ଦ୍ଧ ଜୋରିମାନା ଆଦାୟ କରାନଯାଉ । ଯଦି ଅଧିକ ଜରିମାନା ଆଦାୟ କରିବେ ବ୍ରହ୍ମପୁର ବିଜେପି ସେହି ସ୍ଥାନ ମାନଙ୍କରେ ପହଞ୍ଚି ଏହି ଜରିମାନା ଆଦାୟ କୁ ବିରୋଧ କରିବ । ଏହି ଦାବୀପତ୍ର ଦେବା ସମୟରେ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ବରିଷ୍ଠ ବିଜେପି ନେତା କାହ୍ନୁ ଚରଣ ପତି, ନିରଞ୍ଜନ ପାଣିଗ୍ରାହୀ ,ମହନ୍ମ ଚିନ୍ମୟାନନ୍ଦ ଦାସ ,ଡ.ସୁବାଷ ସାହୁ ପ୍ରଭାତ ଷଢଙ୍ଗୀ, କାମନା ପାଢି, ପ୍ରବିର ପାତ୍ର , ଅମୁଲ୍ୟ ଚୌଧୁରୀ ,ରାମ ପାତ୍ରଙ୍କ ସହ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ