ବିଜେପି ଯୁବ ନେତା ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ କେନ୍ଦ୍ର ମନ୍ତ୍ରୀଙ୍କୁ ସମ୍ବର୍ଧନା

କଟକ, (ଯୁଗାବ୍ଦ ନ୍ୟୁଜ):ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟକ ସଦର ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଭିନ୍ନ ସ୍ତନରେ ସମ୍ୱର୍ଦ୍ଧନା ପ୍ରଦାନ ଅବସରରେ କଟକ – ପାରାଦ୍ଵୀପ ଜାତୀୟ ରାଜପଥରେ ତିର୍ତ୍ତୋଲ ଯିବା ଅବସରରେ କମରପଦା ବଜାର ଠାରେ ସଦର ବିଜେପି ଯୁବନେତା ତଥା ସାରସ୍ବତ ସାଧକ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜନୀତିଜ୍ଞ ଦେବେନ୍ଦ୍ର ଜେନା, ରଞ୍ଜନ ନନ୍ଦ, କିଶନନଗର ମଣ୍ଡଳ ସଭାପତି ଚିତ୍ତ ରଂଜନ ସାହୁ, ଆଶୋକ ସାହୁ, ଦେବୀ ପ୍ରସାଦ ପତି, ସୁରେଶ ଜେନା,ଲକ୍ଷ୍ମୀଧର ଜେନା, ସୁଧାଂଶୁ ଶେଖର ପଣ୍ଡା, ଅରବିନ୍ଦ ମହାନ୍ତି,ଜିଲ୍ଲା ଉପ ସଭାପତି ଗୋକୁଳ ପ୍ରଧାନ,ସନ୍ତୋଷ ଭୋଇ,ବିମଳ ପଣ୍ଡା,ନିରଂଜନ ରାଉଳ, ବାଉରୀବଂଧୁ ମହାନ୍ତି,ରଞ୍ଜନ ନନ୍ଦ, ବହୁ ନାରୀନେତ୍ରୀଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ