କେଉଟଜଙ୍ଗା ଗାଁ ରେ ବିଶ୍ୱବ୍ୟାଙ୍କର ୫ ଜଣିଆ ଟିମ ର ଅନୁଧ୍ୟାନ

ନିମାପଡା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ଗ୍ରସ୍ତ କରିଛନ୍ତି ବିଶ୍ଵବ୍ୟାଙ୍କ ର ପ୍ରତିନିଧି ଟିମ୍ । ବିଶ୍ୱବ୍ୟାଙ୍କ ଭାରତ ନିର୍ଦ୍ଦେଶକ ଅଗସ୍ତେ ଟାନୋ କୌଆମେ ଙ୍କ ନେତୃତ୍ୱ ରେ ଏକ ୫ ଜଣିଆ ଟିମ ଅସ୍ତରଙ୍ଗ ବ୍ଲକର ଅତି ସମ୍ବେଦନଶୀଳ ସ୍ଥାନ ପ୍ରାଚୀ, କାଦୁଆ ନଦୀ ର ମୁହାଁଣ ସ୍ଥଳ କେଉଟଜଙ୍ଗା ଗ୍ରସ୍ତକରି ସ୍ଥିତି ଅନୁଧ୍ୟାନ କରିଥିଲା।ତାଙ୍କ ସହ ରାଜ୍ୟ ବିପର୍ଯୟ ପରିଚାଳନା କତୃପକ୍ଷ, ଉପ ଜିଲ୍ଲାପାଳ, ଜିଲ୍ଲା ବିପର୍ଯ୍ୟୟ କମିଟିର ସଂଯୋଜକ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ,ଅସ୍ତରଙ୍ଗ ବିଡ଼ିଓ କାମଦେବ ସମାଦାର,ଅସ୍ତରଙ୍ଗ ଅତିରିକ୍ତ ତହସିଲଦାର, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ଦୁର୍ଯୋୟ ମିଶ୍ର ଙ୍କ ସମେତ ସ୍ଥାନୀୟ ଶିଶୁଅ ପଞ୍ଚାୟତର ଜନପ୍ରତିନିଧି ସାମିଲ ହୋଇଥିଲେ । କେଉଟଜଙ୍ଗା ଗାଁ ନିକଟରେ ବାରମ୍ବାର ସମୁଦ୍ର କୂଳ ଲଙ୍ଘିବା ଘଟଣା ଉପରେ ଅନୁଧ୍ୟାନ କରିଥିଲେ ।ବାତ୍ୟା, ସୁନାମୀ ଓ ଉଚ୍ଚଜୁଆର ଦାଉରୁ ସ୍ଥାନୀୟ ଅଞ୍ଚଳ ର ସୁରକ୍ଷା ନିମନ୍ତେ ନିର୍ମାଣ ହେଉଥିବା ସୁନାମୀ ବନ୍ଧ,ଜଙ୍ଗଲ ଓ ନିକଟରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ର ସ୍ଥିତି ଅନୁଧ୍ୟାନ କରିଥିଲେ । ବିପର୍ଯ୍ୟୟ ବେଳେ ଲୋକଙ୍କ ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି କରାଯାଉଛି ନା ନାହିଁ,ସୁନାମୀ ବେଳେ କିଭଳି ଜୀବନ ରକ୍ଷା ହୋଇ ପାରିବ ସେ ସମ୍ପର୍କରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ ।ଏଥିସହ ଶିକ୍ଷା, ସ୍ୱାସ୍ଥ୍ୟ,ସଚେତନତାକୁ ନେଇ ଆଲୋଚନା ହୋଇଥିଲା । ପ୍ରାକୃତିକ ବିପର୍ଯ୍ୟୟ ସମୟ ରେ ଜୀବନ ବଞ୍ଚାଇବାକୁ ନିଜ ନିଜ ଭିତରେ କିପରି ଅନ୍ୟକୁ ସାହାଯ୍ୟ, ଉଦ୍ଧାର କରିପାରିବେ ଗ୍ରାମବାସୀ ମାନେ ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀ ଙ୍କ ଶିକ୍ଷା ଭିତ୍ତିଭୂମିର ଉନ୍ନତିକରଣ ନିମନ୍ତେ ଗାଁ ରେ କଣ କରାଯାଇ ପାରିବ ସେ ସମ୍ପର୍କ ରେ ବିଶ୍ବବ୍ୟାଙ୍କ ଟିମ୍ ଗ୍ରାମବାସୀ ଓ ଲୋକ ପ୍ରତିନିଧି ଙ୍କ ସହିତ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ