ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ବାଲେଶ୍ୱର, (ସରୋଜ ପଣ୍ଡା) : ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆଜି ଦିନିକିଆ ଗସ୍ତରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବିଜେପି ସହିତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବାଲେଶ୍ୱର ପହଞ୍ଚିଥିଲେ । ମଧ୍ୟାହ୍ନ ୨.୧୫ରେ ହେଲିକ୍ୟାପ୍ଟରରୁ ଓହ୍ଲାଇ ପ୍ରଥମେ ବାଲେଶ୍ୱର ସଦର ଉପନିର୍ବାଚନ ବିଧାୟକ ପାର୍ଥୀ ମାନସ ଦତ୍ତଙ୍କ ବାସଭବନରେ ପହଞ୍ଚି ନବ ବରବଧୂଙ୍କୁ ଆଶୀର୍ବାଦ କରିଥିଲେ, ଏହା ପରେ ଦିବା ୩ଟା ସମୟରେ ଜିଲ୍ଲା କାର୍ଯ୍ୟଳୟରେ ଜିଲ୍ଲା ପଦାଧିକାରୀଙ୍କୁ ଭେଟି ସାଂଗଠନିକ ଆଲୋଚନା କରିଥିଲେ । କେମିତି ବିପରିତ ପରିସ୍ଥିତିରେ ଆସାମ ନିର୍ବାଚନ ଓ ଉପନିର୍ବାଚନରେ ସଫଳତାର ସହିତ ବିଜୟୀ ହେଲେ ସେ ତାଙ୍କ ଅଭିଜ୍ଞତା ଉପସ୍ଥିତ ପଦାଧିକାରୀଙ୍କ ସହିତ ଆଦାନପ୍ରଦାନ କରିଥିଲେ । ତାଙ୍କର ଏହି ମନ୍ତ୍ର ଜିଲ୍ଲାର ସାଂଗଠନିକ ଅଭିବୃଦ୍ଧି ସହିତ ନିର୍ବାଚନରେ ସହାୟତା କରିବ ବୋଲି ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ କହିଛନ୍ତି। ପ୍ରାୟ ଏକ ଘଣ୍ଟା କାର୍ଯ୍ୟାଳୟରେ ଅତିବାହିତ କରିବା ପରେ ସେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସହିତ ରାଜ୍ୟ କାର୍ଯ୍ୟକାରୀଣୀ ବୈଠକରେ ଯୋଗଦାନ କରିବା ପାଇଁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ । ଆଲୋଚନା ସମୟରେ ପୁର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଶୋଭନା ମହାନ୍ତି ଓ ଶୁଭଙ୍କର ମହାପାତ୍ର, ପୁର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଇଶ୍ୱର ଚନ୍ଦ୍ର ବେହେରା ଓ ସୁନିଲ କର, ରାଜ୍ୟ ମହିଳାମୋର୍ଚ୍ଚା ଉପସଭାନେତ୍ରୀ ସୁଷମା ରାଣୀ ବିଶ୍ୱାଳ, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ରାକେଶ ମଲ୍ଲିକ, ଅଂଶୁମାନ ମହାନ୍ତି, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ଜିଲ୍ଲା ଉପସଭାପତି ପ୍ରଦୀପ ପଣ୍ଡା, କମଳା ବିନ୍ଧାଣି, କରୁଣାକର ପଣ୍ଡା, ଗଙ୍ଗାଧର ମିଶ୍ର, କମଲଲୋଚନ ଦାସ, ମୀନାକ୍ଷୀ ମହାପାତ୍ର ଓ ସାବିତ୍ରୀ ଜେନା, ଜିଲ୍ଲା ସମ୍ପାଦକ ଆଶିଷ ଘୋଷ, ସମରଶଙ୍କର କାନୁନଗୋ, ପିଙ୍କି ପ୍ରଧାନ ସସ୍ମିତା ଚାନ୍ଦ, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ମହିଳା ମୋର୍ଚ୍ଚା ସଭାପତି ମନୀଷା ବେହେରା, କୃଷକମୋର୍ଚ୍ଚା ସଭାପତି କୈଳାସ ଚନ୍ଦ୍ର ବାରିକ, ଏସଟି ମୋର୍ଚ୍ଚା ସଭାପତି ବିପିନ ମାରାଣ୍ଡି, ଏସସି ମୋର୍ଚ୍ଚା ସଭାପତି ମୃତ୍ୟୁଞ୍ଜୟ ଜେନା, ଶାନ୍ତନୁ ପଟ୍ଟନାୟକ, ସୁଶାନ୍ତ କୁମାର ବେରା, ନାରାୟଣ ମହନ୍ତ, ଦମୟନ୍ତୀ ବାଗ, ଅଭିଲିପ୍ସା ନାୟକ, ସଞ୍ଜୁକ୍ତା ମହାପାତ୍ର, ସୁସ୍ମିତା ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ :- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ, ଭାରତୀୟ ଜନତା ପାର୍ଟି, ବାଲେଶ୍ୱର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ