ବିଜେପି ସରକାର ଗଢ଼ିଲେ ୧ ମାସ ମଧ୍ୟରେ ଚିଟ ଫଣ୍ଡ ଚୋରଙ୍କୁ ଜେଲ ପଠାଯିବ- ଧର୍ମେନ୍ଦ୍ର ପ୍ରଧାନ

ଓଡିଶାରେ ବିଜେପି ସରକାର ଗଢ଼ିଲେ ୧ ମାସ ମଧ୍ୟରେ ଚିଟ ଫଣ୍ଡ ଚୋରଙ୍କୁ ଜେଲ ପଠାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ବିଜେଡି ସରକାର ଏଠାରେ ଚିଟଫଣ୍ଡ ଚୋରଙ୍କୁ ପ୍ରଶ୍ରୟ ଦେବା ସହ ଘଂଟ ଘୋଡାଇ ରଖିଛି । ଏହାର ନେତା ମନ୍ତ୍ରୀ , ସାଂସଦ ଓ ବିଧାୟକମାନେ ଚିଟଫଣ୍ଡ ଠକେଇରେ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ସଂଶ୍ଲିଷ୍ଟ । ଏଭଳି ନେତାଙ୍କ ମଧ୍ୟରୁ ଅନେକଙ୍କୁ ଓ ସେମାନଙ୍କ ପୁଅମାନଙ୍କୁ ବିଜେଡି ଏଥର ଟିକେଟ ଦେଇଛି । ଓଡିଶାରେ ଲକ୍ଷ ଳକ୍ଷ ଲୋକ ଚିଟଫଣ୍ଡ ଠକେଇର ଶିକାର ହୋଇଛନ୍ତି । ଚିଟଫଣ୍ଡ ଚୋରଙ୍କୁ ଜେଲ ପଠାଇବା ପରିବର୍ତେ ବିଜେଡି ସରକାର ସେମାନଙ୍କୁ ପ୍ରଶ୍ରୟ ଦେବା ଏକ ଲଜ୍ଜାଜନକ ଘଟଣା ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ