ବିଜେଡ଼ିରୁ ନବକୃଷ୍ଣ ଦାସ ବହଷ୍କୃତ

ବାଲେଶ୍ୱର,(ଯୁଗାବ୍ଦ ନୁୃ୍ୟଜ ) : ଦଳ ବିରୋଧ କାର‌୍ୟ୍ୟ ପାଇଁ ବସ୍ତା ବ୍ଲକ୧୭ ନମ୍ବର ଜିଲା ପରିଷଦ ଜୋନର ସଭ୍ୟ ନବକୃଷ୍ଣ ଦାସଙ୍କୁ ବିଜେଡ଼ି ଜିଲା ସଭାପତି ତଥା ସାଂସଦ ଇଂ.ରବୀନ୍ଦ୍ର କୁମାର ଜେନା ତାଙ୍କୁ ବହିସ୍କାର କରିଛନ୍ତି । ଦୀର୍ଘ ଦିନ ହେବ ଶ୍ରୀ ଦାସ ଦଳ ବିରୋଧୀ କାର‌୍ୟ୍ୟରେ ଲିପ୍ତ ରହିବା ସହିତ ଦଳର କର୍ମୀମାନଙ୍କୁ ନିର୍ବାଚନ ସମୟରେ ଭିନ୍ନ ମୋଡ଼ ଦେବାକୁ ଚେଷ୍ଟା କରିଥିଲେ । ଦଳୀୟ ସାଙ୍ଗଠନିକ କାର‌୍ୟ୍ୟରେ ଶୃଙ୍ଖଳା ଭଙ୍ଗ କରିବା ନେଇ ତାଙ୍କ ବିରୋଧରେ ବିଭିନ୍ନ ସମୟରେ ଅଭିଯୋଗ ଆସିଥିବା ବେଳେ ଉପଯୁକ୍ତ ତଥ୍ୟ ପ୍ରମାଣ ପାଇବା ପରେ ଜିଲା ସଭାପତି ଶ୍ରୀ ଜେନା ତାଙ୍କୁ ବହିସ୍କାର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ