ବିଶ୍ୱର ୫ ଅଦ୍ଭୁତ ଗଛ: ଯାହାକୁ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭଗବାନଙ୍କ ସୃଷ୍ଟି ବିଚିତ୍ର । ପୃଥିବୀପୃଷ୍ଠରେ ଦେଖିବାକୁ ମିଳୁଥିବା ବୃକ୍ଷଲତା ମଧ୍ୟରେ ଅନେକ ସାମଞ୍ଜସ୍ୟ ଥିଲେ ମଧ୍ୟ କିଛି କିଛି ଭିନ୍ନ ଥାନ୍ତି । ସେଗୁଡ଼ିକ ଅଦ୍ଭୁତ ଗଠନକୁ ଦେଖିଲେ କେହିବି ଅ ।ଶ୍ଚର୍ଯ୍ୟ ହୋଇଯିବ । ଏହି ଉପସ୍ଥାପନାରେ ଜାଣନ୍ତୁ ବିଶ୍ୱର ସେପରି ୫ଟି ଗଛ ବିଷୟରେ:
ବୁଦ୍ଧଜ୍ ହେଣ୍ଡ: ଏହା ଲେମ୍ବୁଗଛର ଏକ ପ୍ରଜାତି । ମାତ୍ର ଏହାର ଫଳ ଗୋଲ ନୁହେଁ । ଏହାକୁ ଦେଖିଲେ ଯେପରି ସେଥିରୁ ବହୁତଗୁଡ଼ିଏ ଆଙ୍ଗୁଠି ବାହାରିବା ଭଳି ଲାଗିବ । ତେବେ ଏହା ସୁଗନ୍ଧମୟ । ଅନେକ ଲୋକ ଏହାକୁ ରୁମ୍ ଫ୍ରେସ୍ନର ଭାବେ ମଧ୍ୟ ବ୍ୟବହାର କରିଥାନ୍ତି ।
ଡେଭିଲ୍ସ ଟୁଥ୍: ଏହା ଏକ ପ୍ରକାର ଛତୁ । ମାତ୍ର ଏହାକୁ ଖିଆଯାଇ ନ ଥାଏ । ଏହାର ଉପରିଭାଗରେ ଲାଲ ରଙ୍ଗର ଫୋଟକା ପରି ଦେଖାଯାଇଥାଏ । ଯାହାକି ମନୁଷ୍ୟ ରକ୍ତପରି । ଏହାକୁ ଦେଖିଲେ ଲାଗିବ ଯେପରି ଗଛରୁ ରକ୍ତ ବାହାରୁଛି ।
ବ୍ଳାକ ବ୍ୟାଟ୍: ବ୍ଲାକ ବ୍ୟାଟ ନାମକ ଏହି ଗଛ ଦେଖିବାକୁ ପର ମେଲାଇଥିବା ବାଦୁଡିପରି । ସାଧାରଣତଃ ଥାଇଲ୍ୟାଣ୍ଡ ଏବଂ ମାଲେସିୟାରେ ଏହି ଗଛ ଦେଖିବାକୁ ମିଳିଥାଏ । ଏହାର ପତ୍ର ୧୨ ଇଞ୍ଚ ଲମ୍ବ ।
ଅକ୍ଟୋପସ୍ ଷ୍ଟିଙ୍କହର୍ଣ୍ଣ: ଲାଲ ରଙ୍ଗର ଏହି ଗଛ ଦେଖିବାକୁ ଅକ୍ଟୋପସ୍ ପରି । ଏହା ଅତ୍ୟନ୍ତ ଦୁର୍ଗନ୍ଧମୟ । ଏହା ସତ୍ତେ୍ୱ ମଧ୍ୟ କୀଟପତଙ୍ଗକୁ ନିଜପତ୍ର ଏହା ଆକୃଷ୍ଟ କରିଥାଏ ।
ଡଲ୍ସ ଆଇଜ୍: ଡଲ୍ସ ଆଇଜ୍ ନାମରେ ପରିଚିତ ଏହି ଗଛ ଦେଖିଲେ ଲାଗେ ଯେପରି ଏହା ଦେହରେ ଅନେକଗୁଡ଼ିଏ ଆଖି ବାହାରି ଆସିଛି । ଏହା ଏକପ୍ରକାର କୋଳି । ମାତ୍ର ଏହାକୁ ଖିଆଯାଇ ନ ଥାଏ । କାରଣ ଏହା ଏକ ବିଷାକ୍ତ କୋଳି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ