ବିଜେଡ଼ି ପ୍ରାର୍ଥୀ ଜିତୁ ମିତ୍ରଙ୍କ ଶୋଭାଯାତ୍ରା ଜୋରଦାର

ଖୋରଧା(ଜୁଗାବ୍ଦ ନ୍ୟୁଜ୍‍):ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆଉ ମାତ୍ର ୨ଦିନ ବାକି ଥିବା ବେଳେ ଖୋର୍ଦ୍ଧା ବିଧାନ ସଭା ପାଇଁ ବିଜୁ ଜନତା ଦଳର ପ୍ରାଥୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ପ୍ରଚାରକୁ ଜୋର ଦାର କରିବା ସହ ଭୋଟଙ୍କ ନିକଟତର ହେଉଛନ୍ତି । ଶୁକ୍ରବାର ଶ୍ରୀ ମିତ୍ର କୁରାଢମଲ୍ଲ, ତୋଟାପଡ଼ା, ଜରିପୁଟ, କାଇପଦର, ବଙ୍ଗିଦା, ଦେଉଳଟାଙ୍ଗୀ, ଦଧିମାଛଗାଡ଼ିଆ, ବାଜପୁର, ନନ୍ଦପୁର,ଦୁର୍ଗାପୁର, ଝିଙ୍କିଝାରୀ, ତାପଙ୍ଗ, ଗୋଳବାଇ ପ୍ରଭୃତି ଅଞ୍ଚଳରେ ରୋଡ଼ ସୋ ଓ ସଭା କରିଥିଲେ । ଏଥିରେ ବିପୁଳ ସଂଖ୍ୟାରେ ଜନସମର୍ଥନ ଦେଖିବାକୁ ମିଳିଥିଲା । ଏହି ରୋଡ଼ ସୋରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇଙ୍କ ସମେତ ଅଞ୍ଚଳର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସଭ୍ୟ ଜିତୁମିତ୍ରଙ୍କ ସହ ଉପସ୍ଥିତ ଥିବା ବେଳେ ମୁଖ୍ୟ ଆକର୍ଷଣ ଥିଲେ ଓନିଆ ସିନେ ଅଭିନେତା ସବ୍ୟସଚ୍ଚି ଓ ଅଙ୍କିତା ଭୂମି । ଉଭୟ ଜିତୁ ମିତ୍ର ଏବଂ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଲୋକମାନଙ୍କୁ ଅନୁରୋଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ