ବିଜୟା ଦଶମୀରେ ରାବଣଙ୍କୁ ପୂଜା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ସବୁଠି ରାବଣ ପୋଡି ହେଉଥିଲାବେଳେ ଏଠାରେ ରାବଣଙ୍କୁ ଭକ୍ତିଭାବର ସହିତ ପୂଜା କରାଯାଏ। ତାହା ପୁଣି ଆମ ଭାରତରେ। କଥାଟା ବୋଧେ ସମସ୍ତେ ଜାଣି ନ ଥିବେ। ଆମେ ଆପଣଙ୍କୁ ଜଣାଇବୁ ଏହି ସୁନ୍ଦର ପୌରାଣିକ କଥା। ରାବଣ ଚରିତ୍ରକୁ ବିଭିନ୍ନ ପୁରାଣରେ ଭିନ୍ନ ଭିନ୍ନ ଭାବରେ ଚିତ୍ରଣ କରାଯାଇଛି। କିନ୍ତୁ ଗୋଟିଏ କଥା ସତ ପଣ୍ଡିତ ହୋଇ ବି ତାଙ୍କ ଅହଙ୍କାର ତାଙ୍କୁ ଓ ତାଙ୍କର ସୁନାର ଲଙ୍କାକୁ ଛାରଖାର କରିଦେଇଥିଲା।ପୁରା ଦେଶରେ ଆଜି ବିଜୟାଦଶମୀ ପାଳନ କରାଯାଇଛି। ଆଜି ଏହି ଦିନ ଅସତ୍ୟ ଉପରେ ସତ୍ୟର ଜୟ ହୋଇଥିଲା। ସେଥିଲାଗି ସାରା ଭାରତରେ ଆଜି ରାବଣଙ୍କୁ ଦହନ କରାଯାଏ। କିନ୍ତୁ ଭାରତରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ରାବଣଙ୍କୁ ପୂଜା କରାଯାଏ। ଏହି ସ୍ଥାନରେ କେବଳ ବର୍ଷକୁ ଥରେ ରାବଣଙ୍କୁ ପୂଜାର୍ଚ୍ଚନା କରାଯାଏ। ଏହି ପୂଜା କେବଳ ଦଶହରା ଦିନ କରାଯାଏ। ଉତ୍ତରପ୍ରଦେଶ ରାଜ୍ୟ କାନପୁରର ଶିବାଲା ସ୍ଥିତ ଦଶାନନ ମନ୍ଦିର। ଏଠାରେ ଦଶହରା ଦିନ ସକାଳୁ ଭକ୍ତଙ୍କ ଭାରି ସମାଗମ ହୋଇଥାଏ। ଭକ୍ତମାନେ ରାବଣଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଏହି ମନ୍ଦିରର ବିଶେଷତ୍ତ୍ବ ହେଉଛି ଭକ୍ତମାନେ ରାବଣଙ୍କୁ ତେଲର ଦ୍ବୀପ ଜଳାଇଥାନ୍ତି। ଏହାପରେ ଭଗବାନଙ୍କ ଆଳତୀ ହୋଇଥାଏ। ରାବଣଙ୍କ ପୂଜାର୍ଚ୍ଚନା ପରେ ଏଠାର ଥିବା ରାମ ମନ୍ଦିରକୁ ଏକ ବର୍ଷ ପାଇଁ ବନ୍ଦ କରିଦିଆଯାଏ। କଥାରେ ଅଛି ଭଗବାନ ସବୁ ସହନ୍ତି କିନ୍ତୁ କାହା ଅହଙ୍କାର ସହନ୍ତି ନାହିଁ। ରାବଣ ଜାତିରେ ଜଣେ ବ୍ରାହ୍ମଣ ଏବଂ ମହାବିଦ୍ବାନ ମଧ୍ୟ। ମହାଦେବଙ୍କ ସାଧନା କରି ଦଶଟି ଜୀବନ ପାଇଥିଲେ ରାବଣ। ଏହି ଦଶଟି ଜୀବନର ରହିଥିଲା ଦଶଟି ମୁଣ୍ଡ । ଏହି ମୁଣ୍ଡଗୁଡିକୁ ଓ ଦଶଟି ଜୀବନକୁ ନେଇ ରାବଣ ମନରେ ରହିଥିଲା ଅହଂଭାବା କିନ୍ତୁ ଶେଷରେ ରାମଚନ୍ଦ୍ର ଏହି ଦଶଟି ମୁଣ୍ଡକୁ ବଧ କରି ରାବଣଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ସେହି ଦିନ ଥିଲା ବିଜୟାଦଶମୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ