ପ୍ରବଳ ବର୍ଷା ଯୋଗୁଁ ଫିକା ପଡିଲା ପୂଜା ଉତ୍ସବ

ନିମାପଡ଼ା, (ସନ୍ତୋଷ ଦାଶ):ଲଘୁଚାପ ପ୍ରଭାବରେ ପୁରୀ ଜିଲ୍ଲା ଅଞ୍ଚଳ ରେ ପ୍ରବଳ ବର୍ଷା ହୋଇଛି। ଏଣୁ ଅସ୍ତରଙ୍ଗ,ନଇଗୁଆଁ,କାକଟପୁର, ଭୋଦର, ନିମାପଡା ଠାରେ ଅନୁଷ୍ଠିତ ଦୂର୍ଗା ପୂଜା ଫିକା ପଡିଯାଇଛି। ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲା ରକାକଟପୁର ବ୍ଲକ ଅଞ୍ଚଳ ରେ ସର୍ବାଧିକ ୧୬୦ ମି.ମି ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ରେ ୧୪୪ ମି . ମି, ଗୋପ ବ୍ଲକ ଅଞ୍ଚଳ ରେ ୧୦୫ ମି.ମି , ବ୍ରହ୍ମଗିରି ବ୍ଲକ ଅଞ୍ଚଳ ରେ ୩୦ ମି.ମି , ଡେ଼ଲାଙ୍ଗ ବ୍ଲକ ଅଞ୍ଚଳ ରେ ୫୦ମି .ମି, କଣାସ ବ୍ଲକ ଅଞ୍ଚଳ ରେ ୪୦ ମି.ମି , କୃଷ୍ଣ ପ୍ରସାଦ ବ୍ଲକ ଅଞ୍ଚଳ ରେ ୮.୫ମି.ମି ,ନିମାପଡ଼ା ବ୍ଲକ ଅଞ୍ଚଳ ରେ ୩୫ମି.ମି,ପିପିଲି ବ୍ଲକ ଅଞ୍ଚଳ ରେ ୧୫ ମି. ମି,ପୁରୀ ସଦର ବ୍ଲକ ଅଞ୍ଚଳ ରେ ୫୦ ମି.ମି , ସତ୍ୟବାଦୀ ବ୍ଳକ ଅଞ୍ଚଳ ରେ ୨୦ ମି. ମି ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି।ପୁରୀ ଜିଲ୍ଲା ଅଞ୍ଚଳ ରେ ପ୍ରବଳ ବର୍ଷା ହୋଇଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପୂଜା ମଣ୍ଡପ ଗୁଡ଼ିକ ଖାଁ ଖାଁ ହୋଇପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ