ବିଜୟ ଯୁବ କଂଗ୍ରେସ ସଭାପତି
ନିମାପଡ଼ା, (ସନ୍ତୋଷ ଦାଶ)ନିମାପଡ଼ା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ କମିଟିର ନୂତନ ସଭାପତି ଭାବେ ବିଜୟ କୁମାର ମାଝିଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟ ଯୁବ କଂଗ୍ରେସ ସଭାପତି ଡ. ସ୍ମତି ରଞ୍ଜନ ଲେଙ୍କା ଯୁବନେତା ବିଜୟଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ବିଜୟ ନିମାପଡା ବ୍ଲକ ସାଇଁଶ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଅଛନ୍ତି । ନବ ନିଯୁକ୍ତ ସଭାପତି ବିଜୟ ଏହି ନିର୍ବାଚନମଣ୍ଡଳୀର ସମସ୍ତ ଯୁବକ, ଯୁବତୀ ମାନଙ୍କୁ ଏକାଠୀ କରି ଦଳର ସଂଗଠନକୁ ଅଧିକ ମଜବୁତ କରିବା ଉପରେ ଗୁରୁତ୍ୱ ଦେବେ ବୋଲି ଗଣମାଧ୍ୟମକୁ କହିଛନ୍ତି । ରାଜ୍ୟ ଯୁବକଂଗ୍ରେସ ସଭାପତି ଡଃ.ଲେଙ୍କା,ସର୍ବଭାରତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବି.ଭି, ରାଜ୍ୟ ପ୍ରଭାରୀ ପ୍ରତିଭା ରଘୁବଂଶୀ, ଏ.ଆଇ.ସି.ସି ସଂପାଦକ ଡଃ. ବିଶ୍ୱରଞ୍ଜନ ମହାନ୍ତି, ନିମାପଡା ବ୍ଲକ କଂଗ୍ରେସ କମିଟିର ପୂର୍ବତନ ସଭାପତି ଜୟଦେବ ବରାଳ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସଂପାଦକ ଦେବଦତ୍ତ ପାତ୍ରଙ୍କୁ ବିଜୟ ଗଭୀର କୃତଜ୍ଞତା ଜଣାଇଛନ୍ତି । ଏହି ନିର୍ବାଚନମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଭାବେ ବିଜୟଙ୍କୁ ନିଯୁକ୍ତି ମିଳିବା ପରେ ତାଙ୍କ ନିକଟକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।


