ବିଜୟ ସଂକଳ୍ପ ସମାବେଶରେ ନିର୍ବାଚନ ଜିତିବା ପାଇଁ ବଂଶବାଦକୁ ପ୍ରଶୟ ଦେଉଛନ୍ତି ନବୀନ : ଧର୍ମେନ୍ଦ୍ର ପ୍ରଧାନ

ଖରିଆର : ନବୀନ ବାବୁ ନିଜେ ନିର୍ବାଚନ ଜିତିବା ପାଇଁ ବଂଶବାଦକୁ ପ୍ରଶୟ ଦେଉଛନ୍ତି । ନବୀନ ବାବୁ ପରିବାର ଆଧାରରେ ଟିଟ୍ଫଣ୍ଡ ଅଭିଯୁକ୍ତଙ୍କ ପୁଅଙ୍କୁ ଟିକେଟ୍ ଦେଇଛନ୍ତି । ଦେଶରେ ବଂଶବାଦକୁ ସମାପ୍ତ କରିବା, ବିକାଶ ଆଣିବା ଏବଂ ପାକିସ୍ତାନକୁ ଦୁର୍ବଳ କରିବା ପାଇଁ ଦେଶରେ ନରେନ୍ଦ୍ର ମୋଦିଙ୍କୁ ଚୌକିଦାର ଭାବେ ନଯୁକ୍ତି କରିବାକୁ ପଡିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ନବରଙ୍ଗପୁର ଜିଲ୍ଲାର ପୂଜାରିଗୁଡା, ଝରିଗାଁ, ଡାବୁଗାଁ ଓ ନୂଆପଡାର ଖରିଆରରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସଭାରେ ଦିଲ୍ଲୀ ଓ ଓଡିଶାରେ ନରେନ୍ଦ୍ର ମୋଦିଙ୍କ ସରକାର ହେଲେ ଆଗାମୀ ୫ ବର୍ଷ ମଧ୍ୟରେ ସବୁ ଗରିବଙ୍କୁ ସ୍ଥାୟୀ ପଟ୍ଟା, ପକ୍କା ଘର ଦିଆଯିବ । ନବରଙ୍ଗପୁରରେ ଜଣେ ବି ଗରିବ ନାହିଁ, ଯା ଘରେ ପକ୍କା ଛାତ ନଥିବ । ସେହିପରି ନବୀନ ପଟ୍ଟନାୟକଙ୍କ ସରକାରରେ ଅଙ୍ଗନବାଡି କର୍ମୀଙ୍କୁ ଅବହେଳିତ କରାଯାଇଥିବା ବେଳେ ବିଜେପିର ସରକାର କେନ୍ଦ୍ର ଓ ଓଡିଶାରେ ହେଲେ ଅଙ୍ଗନବାଡୀ କର୍ମୀଙ୍କୁ ମାସିକ ୧୫, ୦୦୦ ଟଙ୍କା ଦରମା ଦିଆଯିବା ସହ ଅଙ୍ଗନବାଡୀ ସହାୟିକାଙ୍କ ଦରମା ୯ ହଜାର କରାଯିବ । ଏହାବ୍ୟତିତ ଜଳ ସେଚନ ପାଇଁ ୫ ବର୍ଷରେ ୧ ଲକ୍ଷ କୋଟି ଟଙ୍କାର ଫଣ୍ଡର ବ୍ୟବସ୍ଥା କରାଯିବ ତଥା ନବରଙ୍ଗପୁରକୁ ଇନ୍ଦ୍ରାବତୀ ନଦୀର ଜଳ ପହଁଚେଇବାର ବ୍ୟବସ୍ଥା କରାଯିବ, ପଛୁଆ ଅଂଚଳକୁ ବିକଶିତ କରିବା ପାଇଁ ପାଣ୍ଠି ତିଆରି କରାଯିବ ଏବଂ ନବରଙ୍ଗପୁର ଅଂଚଳରେ ଅତ୍ୟାଧୁନିକ ମେଡିକାଲ ଗରିବଙ୍କ ସେବା ପାଇଁ ସ୍ଥାପନା କରାଯିବ । ଓଡିଶାରେ ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଲୋକମାନେ ଖରାପ ସ୍ଥିତିରେ ଅଛନ୍ତି । ୧୯ ବର୍ଷର ଶାସନରେ ପଛୁଆ ବର୍ଗର ଲୋକମାନେ ସବୁଠୁ ଖରାପ ଅବସ୍ଥାରେ ଅଛନ୍ତି । ଏହାକୁ ବଦଳେଇବାକୁ ଲୋକମାନେ ମନବଳେଇଲେଣି । ରାଜ୍ୟ ସରକାର ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ପାଠ ଓ ଚାକିରି କ୍ଷେତ୍ରରେ ଅନ୍ୟାନ୍ୟ ପଛୁଆ ବର୍ଗର ପିଲାଙ୍କୁ ସଂରକ୍ଷଣ ଦେଲେ ନାହିଁ । ମାତ୍ର ନରେନ୍ଦ୍ର ମୋଦି ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ସାମ୍ବିଧାନିକ ଅଧିକାର ଦେଲେ ବୋଲି ସେ କହିଛନ୍ତି । ୧୯ ବର୍ଷର ଶାସନରେ ନବରଙ୍ଗପୁର ଓ ନୂଆପଡା ଖରିଆରରେ ବସବାସ କରୁଥିବା ଲୋକମାନେ ମୌଳିକ ସୁବିଧାରୁ ବଂଚିତ ହୋଇଛନ୍ତି । ଏହି ସବୁ ଅଂଚଳରେ ପିଇବା ପାଣି ନାହିଁ, ଶିକ୍ଷକ ନାହାଁନ୍ତି, ଡାକ୍ତର ନାହାନ୍ତି, ଚାଷର ସୁବ୍ୟବସ୍ଥା ନାହିଁ, ଚାଷୀକୁ ଉପଯୁକ୍ତ ମୂଲ୍ୟ ମିଳୁନାହିଁ, ଶୀତଳ ଭଣ୍ଡାର ନାହିଁ, ଯୁବକମାନେ କାମନପାଇ ବାହାରକୁ ପଳାୟନ କରୁଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ୧୯ ବର୍ଷର ଦମ୍ଭ ଦେଖାଉଛନ୍ତି । ସରକାରୀ ସୁବିଧା ସାଧାରଣ ଲୋକଙ୍କ ବଦଳରେ ଶାସକ ଦଳର ସମର୍ଥକ ହଡପ୍ କରୁଛନ୍ତି ବୋଲି । ନବରଙ୍ଗପୁର ଜିଲ୍ଲାରେ ଇନ୍ଦ୍ରାବତୀର ପାଣି ଜଳ ସେଚନ କାମରେ ଲାଗୁନାହିଁ । ୨୦୧୨ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇନ୍ଦ୍ରାବତୀରେ ପ୍ରକଳ୍ପ କରିବା ପାଇଁ ଶୁଭ ଦେଇଥିଲେ ମଧ୍ୟ ଡ୍ୟାମ ତିଆରି ହୋଇପାରିନାହିଁ । ନବରଙ୍ଗପୁର ଜିଲ୍ଲାକୁ ରେଳ ଲାଇନକୁ ଅନୁମତି ମୋଦି ସରକାର ଦେଲେ । ମାତ୍ର ନବୀନ ସରକାର ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ ଦେଉନାହାନ୍ତି । ନରେନ୍ଦ୍ର ମୋଦିଙ୍କ ଲୋକ ପ୍ରିୟତାକାରଣରୁ ନବୀନ ବାବୁ ରେଳ ଲାଇନର କାମ କରେଇ ଦେଉନାହାନ୍ତି ା ଏଥିରେ ନବୀନ ପଟ୍ଟନାୟକ ନକଲି ଓଡିଆଙ୍କ ଘେରରେ ରହି ସାଂକେତିକ ନିର୍ବାଚନୀ ପ୍ରଚାରରେ ଓଡିଶା ପାଇଁ ନରେନ୍ଦ୍ର ମୋଦି କିଛି କରିନଥିବା କହୁଛନ୍ତି । ଭାରତବର୍ଷରେ ମହିଳା ମାମଲାରେ ସବୁଠୁ ଅତ୍ୟାଚାରିତ ଓଡିଶା । ଏଠାରେ ସରକାରୀ ସ୍କୁଲରେ ୧୨ଟି ଝିଅ ଗର୍ଭବତୀ ହୋଇଛନ୍ତି, ୪ଟି ଝିଅ ପ୍ରସବ କରିଛନ୍ତି । କୁନ୍ଦୁଲି ଓ ବେବିନା ଆଜିର ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ବେବିନାର ହତ୍ୟାକାରୀଙ୍କୁ ନବୀନ ବାବୁ ଟିକେଟ୍ ଦେଇଛନ୍ତି । ରାଜ୍ୟ ସରକାର ଓଡିଶା ତଥା ଆଦିବାସୀ ବିରୋଧୀ । ସରକାର ସବୁ ଆଦିବାସୀ ଓ ଗରିବ ଲୋକଙ୍କୁ ପଟ୍ଟା ଓ ଘରଡିହ ଦେଇନାହିଁ । ଏ ଅଂଚଳରେ ସରକାରର ବଡ ଉପଲବ୍ଧି ଦୁର୍ନୀତି ହୋଇଛି । ବିନା ପିସିରେ କିଛି କାମ ହେଇନାହିଁ । ଚିଟ୍ଫଣ୍ଡରେ ଲିପ୍ତ ସମସ୍ତଙ୍କୁ ସମସ୍ତଙ୍କୁ ଦଣ୍ଡ ଦେବା ଦରକାର । ମୋଦି ସରକାରଙ୍କ ୫ ବର୍ଷରେ ଓଡିଶାରେ ୮ ଲକ୍ଷ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିଆରି ହୋଇଛି । ସେହିରି ମୋଦିଙ୍କ ସରକାରରେ ଓଡିଶାରେ ୫୦ ଲକ୍ଷ ଶୌଚାଳୟ ବନିଛି । ୨୪ ଲକ୍ଷ ଲୋକଙ୍କ ଘରେ ବିଜୁଳି ଲାଗିଥିବା ବେଳେ ସ୍ୱାଧୀନତାର ୭୦ ବର୍ଷ ପରେ ୪ ହଜାର ଗାଁରେ ମାଗଣା ବିଜୁଳି ଲାଗିଛି, ୪୦ ଲକ୍ଷ ଗ୍ୟାସ ସିଲିଣ୍ଡର ଲାଗିଛି, ଦେଢ କୋଟି ଲୋକଙ୍କ ନୂଆ ବ୍ୟାଙ୍କ୍ ଖାତା ଖୋଲାଯାଇଛି । ନବରଙ୍ଗପୁର ଜିଲ୍ଲାର ଆକାଂକ୍ଷୀ ଜିଲ୍ଲା ଭାବେ ଗଣାଯାଇ ମୋଦି ନିଜେ ଏହାର ତଦାରଖ କରୁଛନ୍ତି । ରାଜ୍ୟ ସରକାର ଓଡିଶାରେ ଆୟୁଷ୍ମାନ ଯୋଜନା ଲାଗୁ କଲେ ନାହିଁ, ପିଏମ କିଷାନ
ଯୋଜନା ପାଇଁ ତାଲିକା ପଠାଇଲେ ନାହିାଁ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାର ଓଡିଶାକୁ ୧ ଲକ୍ଷ ୩୬ ହଜାର କୋଟି ଟଙ୍କା ଦେଇଥିବା ବେଳେ ଇର୍ଷା ପରାୟଣ ହୋଇ ରାଜ୍ୟ ସରକାର ଏହାର କାମ କରେଇଦେଉ ନାହାନ୍ତି । ଓଡିଆ ଲୋକର ଆଶା ଓ ଆକାଂକ୍ଷାକୁ ଧୂଳିସାତ କରିବାର ନାଁ ନବୀନ ପଟ୍ଟନାୟକ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି । ଗରିବ ତଥା ଆଦିବାସୀ ମହିଳା କମଳା ପୂଜାରୀ କୋରାପୁଟ ଜିଲ୍ଲାର ଗୌରବ । ମାତ୍ର ମୁଖ୍ୟମନ୍ତ୍ରୀ ତାଙ୍କୁ ଅଣଦେଖା କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କଲେ । କଟକର ଚା’ ବିକାଳୀ ଡି.ପ୍ରକାଶ ରାଓ ଏବଂ କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ଦେଇ ନରେନ୍ଦ୍ର ମୋଦି ଓଡିଶାର ସମ୍ମାନ ବଢାଇଛନ୍ତି ବୋଲି କହିଛନ୍ତିା ଓଡିଶାରେ ମୋଦିଙ୍କ ଅନୁଯାୟୀଙ୍କ ସରକାର ହେଲେ ଭାରତବର୍ଷରେ ଓଡିଶା ସରକାରର ବଡ ଭୂମିକା ରହିବ । ରାଜ୍ୟରେ ଦଳୀୟ ପ୍ରାର୍ଥୀକୁ ଜିତାଇବାକୁ ଆହ୍ୱାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ