ପ୍ରତି ମାସରେ ଦୂରସଂଚାର କମ୍ପାନୀ ଟ୍ରାଇକୁ ଦେବ ନିଜ ଟାରିଫ୍ ପ୍ଲାନ୍

ନୂଆଦିଲ୍ଲୀ, (ଏଜେନ୍ସି): ଭାରତୀୟ ଦୂରସଂଚାର ବିନିୟାମକ ପ୍ରାଧିକରଣ (ଟ୍ରାଇ) ସମସ୍ତ ଦୂରସଂଚାର କମ୍ପାନୀକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ନିର୍ଦ୍ଦେଶାନୁସାରେ ପ୍ରତି ମାସ ଶେଷ ସୁଦ୍ଧା ନିଜ ଚୟନିତ ଶ୍ରେଣୀର ଗ୍ରାହକଙ୍କୁ ଦିଆଯାଇଥିବା ସମସ୍ତ ଟାରିଫ୍ ପ୍ଲାନ୍ର ସୂଚନା ଦୂରସଂଚାର କମ୍ପାନୀକୁ ଦେବାକୁ ହେବ । ଗତ ବର୍ଷ ଅକ୍ଟୋବରରେ ଟ୍ରାଇ ପକ୍ଷରୁ ଏପରି ଏକ ଆଦେଶ ଜାରି କରାଯାଇଥିଲା । ହେଲେ ଏହି ଆଦେଶକୁ ଦୂରସଂଚାର ବିବାଦ ନିସ୍ତାରଣ ଓ ଅପିଲିୟ ନ୍ୟାୟାଧିକରଣ (ଟିଡ଼ିସେଟ୍) ଖାରଜ କରିଥିଲେ । ଜାନୁଆରୀ ୨୧ରେ ଉଚ୍ଚତମ ନ୍ୟାୟାଳୟର ଆଦେଶ ପରେ ପୁନଃ ନିର୍ଦ୍ଦେଶ ଜାରି କରାଯାଇଥିଲା । କାହିଁକି ନା ନିଜ ଶ୍ରେଣୀଗତ ଗ୍ରାହକଙ୍କ ପାଇଁ ଟାରିଫ୍ ସହିତ ସମ୍ପୃକ୍ତ ସୂଚନାକୁ ସାର୍ବଜନିନ କରିବାକୁ କୁହାଯାଇଛି । ଯେଉଁଥିରେ ନ୍ୟାୟାଳୟର ଆଦେଶ ପରେ ଟ୍ରାଇ ନିଜ ନୂଆ ନିର୍ଦ୍ଦେଶରେ ଦୂରସଂଚାର କମ୍ପାନୀକୁ ଟାରିଫ୍ ପ୍ଲାନ୍ ଓ ତାହାର ସର୍ତ୍ତର ସୂଚନା ପ୍ରତି ମାସ ଶେଷ ସୁଦ୍ଧା ଜମା କରିବାକୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ