ବିମୁଦ୍ରୀକରଣ ପରେ ଦେଶ ହରାଇଛି ୧.୧ କୋଟି ନିଯୁକ୍ତି ଆୟକର ରିଟର୍ଣ୍ଣ ଫାଇଲ୍ କରିନାହାଁନ୍ତି ୧ଠ ଗୁଣା ଲୋକ

ନୂଆଦିଲ୍ଲୀ, (ଏଜେନ୍ସି): ବିମୁଦ୍ରୀକରଣ ପରେ ଭାରତ ଆର୍ଥିକ ବର୍ଷ ୨୦୧୮ରେ ୧.୧କୋଟି ନିଯୁକ୍ତି ହରାଇଛି । ଏଥିମଧ୍ୟରୁ କେବଳ ୯୦ଲକ୍ଷ ନିଯୁକ୍ତି ଗ୍ରାମାଞ୍ଚଳରେ କମିଛି । ବିଜେପି ସରକାରଙ୍କ ୫ବର୍ଷର କାର୍ଯ୍ୟକାଳ ଉପରେ ସିଭିଲ୍ ସୋସାଇଟ୍ର ସଂଗଠନର ସମୂହ ଏକ ଅଭିଯୋଗ ପତ୍ର ଜାରି କରି ଏହି ଦାବି ଉପସ୍ଥାପନ କରିଛନ୍ତି । ଲୋକସଭା ନିର୍ବାଚନ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଜାରି କରାଯାଇଥିବା ଏହି ଦସ୍ତାବିଜ ଅନୁସାରେ ନଭେମ୍ବର ୨୦୧୬ରେ ହୋଇଥିବା ବିମୁଦ୍ରୀକରଣ ପରେ ପାଖାପାଖି ୩୫ଲକ୍ଷ ନିଯୁକ୍ତି କମିଥିଲା । ଏହାପରେ ୨୦୧୮ ସୁଦ୍ଧା ୧.୧କୋଟି ନିଯୁୂକ୍ତି କମିଛି । ଅନ୍ୟପକ୍ଷରେ ଆର୍ଥିକ ବର୍ଷ ୨୦୧୬-୧୭ ପରେ ଷ୍ଟପ୍ ଫାଇଲର୍ସଙ୍କ ଶ୍ରେଣୀ ଅନ୍ତର୍ଭୁକ୍ତ ଟିକସଦାତାଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ବିମୁଦ୍ରୀକରଣ ପରେ ଆଇଟି ରିଟର୍ଣ୍ଣ ଦାଖଲ କରାଯାଇଥିବା ବେଳେ ବର୍ତ୍ତମାନ ଏପରି ହୋଇନାହିଁ । ପ୍ରକାଶ ଯେ ଷ୍ଟପ୍ ଫାଇଲର୍ସରେ ସେହି ଲୋକମାନେ ଆସିଥାନ୍ତି ଯେଉଁମାନଙ୍କ ମୃତ୍ୟୁ ହୋଇସାରିଛି କିମ୍ବା ଯେଉଁମାନଙ୍କ ପାନ୍କାର୍ଡ଼ ବାତିଲ ହୋଇସାରିଛି । ଏପରିସ୍ଥଳେ ୨୦୧୬-୧୭ ଷ୍ଟପ୍ ଫାଇଲର୍ସଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଅଭିଯୋଗ ପତ୍ର ଅନୁସାରେ ୨୦୧୫ ଠାରୁ ରାଜ୍ୟରେ ଖାଦ୍ୟାଭାବରେ ଶିଶୁଙ୍କ ସମେତ ଅତିକମ୍ରେ ୭୫ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦସ୍ତାବିଜ ଅନୁସାରେ ୪୨ଲୋକଙ୍କ ମୃତ୍ୟୁ ଜନହିତାକରୀ ଯୋଜନାରେ ମିଳୁଥିବା ରାସନ ନମିଳିବା ଯୋଗୁଁ ହୋଇଛି । ସେମାନଙ୍କ ଆଧାରକୁ ଯୋଜନା ସହିତ ଲିଙ୍କ୍ କରାଯାଇ ନଥିବାରୁ ସେମାନେ ରାସନ ପାଇବାରୁ ବଞ୍ଚିତ ହୋଇଥିଲେ । ସେହିଭଳି ଅଭିଯୋଗ ପତ୍ର ଅନୁସାରେ ମଧ୍ୟାହ୍ନ ଭୋଜନ ଖର୍ଚ୍ଚରେ ମଧ୍ୟ ହ୍ରାସ କରାଯାଇଛି । ଏହାକୁ ଆର୍ଥିକ ବର୍ଷ ୨୦୧୪-୧୫ର ୧୦,୫୨୩କୋଟି ଟଙ୍କାରୁ ହ୍ରାସ୍ କରାଯାଇଥିବା ବେଳେ ୨୦୧୮-୧୯ରେ ୯୯୪୯କୋଟି ଟଙ୍କା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ