ବିଡ଼ିଓ ଙ୍କ ମନୋମୁଖି କାର୍ଯ୍ୟ ଏବଂ ଜନ ପ୍ରତିନିଧି ମାନଂକୁ ଅଣଦେଖା କରୁଥିବା ଅଭିଯୋଗ ନେଇ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଭେଟିଲେ ବହୁଜନପ୍ରତିନିଧି
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାପୋଲସରା ବିଡ଼ିଓ ମନୋମୁଖି କାର୍ଯ୍ୟ କରୁଥିବା ସହିତ ପଞ୍ଚାୟତସମିତିର ଜନପ୍ରତିନିଧୀ ମାନଙ୍କୁ ଅଣଦେଖା କରିବା ଅଭିଯୋଗ ନେଇ ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କୁ ପୋଲିସରା ପଂଚାୟତ ସମିତିର ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଜିଲ୍ଲାପରିଷଦ ସଭ୍ୟ /ସଭ୍ୟା, ସରପଞ୍ଚ ଓ ସମିତି ସଭ୍ୟ /ସଭ୍ୟା ଏବଂ ବହୁ ଜନ ପ୍ରତିନିଧି ମାନେ ଭେଟି ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି, ଏହା ସହିତ ପୋଲସରା ବିଡ଼ିଓ ଓଡ଼ିଶା ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅସହଯୋଗ କରି ଆସୁଛନ୍ତି ଓ ଓଡିଶା ସରକାରଙ୍କ ତ୍ରୀସ୍ତରୀୟ ପଞ୍ଚାୟତରାଜ ନିୟମକୁ, ଉଲଂଘନ କରି ନିଜ ମନମୁଖୀ ଶାସନ ଚଳେଇ ଆସୁଛନ୍ତି । ଫଳରେ ଆଜକୁ ଦୀର୍ଘ ୬ ମାସ ହେବ, ପୋଲସରା ପଞ୍ଚାୟତ ସମିତିର ଜନତାଙ୍କ ଦ୍ବାରା ନିର୍ବାଚିତ ପ୍ରତିନିଧି ମାନେ ଅତିଷ୍ଠ ହୋଇ ପଞ୍ଚାୟତ ଓ ପଞ୍ଚାୟତ ସମିତ ରେ କୌଣସି ଜନକଲ୍ୟାଣ କାର୍ଯ୍ୟ କରି ନପାରି ନିରବଦୃଷ୍ଟା ସାଜି ଜନସାଧାରଣଙ୍କ ଆକ୍ରୋଶ ର ଶିକାର ହେଉଛନ୍ତି ବୋଲି ମଧ୍ୟ ସେମାନେ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।ପ୍ରକାଶ ଥାଉକି ଯେ, ଗୋଷ୍ଠି ଉନ୍ନୟନ ଅଧିକାରୀ(ବିଡ଼ିଓ )ପୋଲସରା ପଞ୍ଚାୟତ ସମିତିରେ ନିଯୁକ୍ତି ହେବା ଦିନ ଠାରୁ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଅଣଦେଖା କରି ଆସୁଛନ୍ତି । ଅଧ୍ୟକ୍ଷା ଜଣେ ବୟଜ୍ୟୈଷ୍ଠ ମହିଳା ହୋଇଥିବାରୁ ତାଙ୍କର ମତାମତକୁ ଗୁରୁତ୍ୱ ମନେ ନକରି ସରକାରଙ୍କ ପଞ୍ଚାୟତସମିତି ସ୍ତରୀୟ ସରକାରି ନିର୍ଦ୍ଦେଶନାମା ଗୁଡିକୁ ଅଧ୍ୟକ୍ଷା ଙ୍କ ନଜରକୁ ନଆଣି ନିଜେ ନିଜ କର୍ତବ୍ୟ ଓ କ୍ଷମତାର ଦୁରୂପଯୋଗ କରି ଆସୁଛନ୍ତି ।ଏଣୁ ପୋଲାସରା ପଞ୍ଚାୟତସମିତିର ଜନ ପ୍ରତିନିଧି ମାନଙ୍କର କ୍ଷୁର୍ଣ୍ଣ ହେଉଥିବା ଅଧିକାରକୁ ବଞ୍ଚାଇବା ସହ ପୋଲସରା ପଞ୍ଚାୟତସମିତିରେ ହେଉଥିବା ଗୋଷ୍ଠି ଉନ୍ନୟନ ଅଧିକାରିଙ୍କ ମନୋମୁଖୀ କାର୍ଯ୍ୟକୁ ବନ୍ଦ କରାଯାଉ କିମ୍ବା ନୂତନ ଅଧିକାରୀ ନିୟୋଜିତ କରାଇବା ନିମନ୍ତେ ସେମାନେ ଉକ୍ତ ଅଭିଯୋଗ ପତ୍ର ରେ ଦର୍ଶାଇଛନ୍ତି ।