ରେଳ ଷ୍ଟେସନ ପରାମର୍ଶଦାତା କମିଟି ବୈଠକ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ଜିଲା ସଦର ମହକୁମା ହୋଇଥିବାରୁ ସ୍ୱାଭାବିକ ଭାବେ ଏହାର ମହତ୍ୱ ଅଲଗା। ସହରକୁ ସୈାନ୍ଦର୍ଯ୍ୟ କରଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ମଧ୍ୟ ଅବ୍ୟାହତ ରହିଛି। ତେବେ ଏହି ସବୁ ମଧ୍ୟରେ ଲୁଚି ଯାଉଛି ବ୍ରିଟିଶ ଅମଳର ଛତ୍ରପୁର ବଡରେଳ ଷ୍ଟେସନ। ଏକଦା କେବଳ ଯାତ୍ରୀ ପରିବହନ ପାଇଁ ଉଦ୍ଧିଷ୍ଟ ଥିବା ଏହି ଷ୍ଟେସନ ବର୍ତମାନ ଯୋଡି ହୋଇଯାଇଛି ଗଞ୍ଜାମ ଜିଲାର ଅର୍ଥନୈତିକ ବିକାଶ। ଛତ୍ରପୁର ନିକଟରେ ଥିବା ଗୋପାଳପୁର ବନ୍ଦର, ଟାଟା, ଆଇଆରଇ,ଟିଟାନିୟମ, ଗ୍ରାସିମ କମ୍ପାନୀର ମାଲ ପରିବହନ ଏବେ ଯୋଡିହେଲାଣି। ଅତଚ ଏହି ଷ୍ଟେସନର ବିକାଶ ପ୍ରତି ସତେଯେମିତି ରେଳବିଭାଗୀୟ କତୃପକ୍ଷଙ୍କ ନଜର ପଡୁନି। ନାହିଁନଥିବା ବିଭିନ୍ନ ସମସ୍ୟାରେ ଦେଖାଦେଉଛି ଏହି ଷ୍ଟେସନ। ଏହି ଷ୍ଟେସନ ଉପରେ ଛତ୍ରପୁର ବ୍ଲକ, ଗଞ୍ଜାମ ବ୍ଲକ,ଖଲ୍ଲିକୋଟ ବ୍ଲକ,ପୁରୁଷୋତମପୁର ବ୍ଲକ ଓ ପୋଡିଶୀ ଜିଲା ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକର ଜନସାଧାରଣମାନେ ନିର୍ଭରଶୀଳ ହୋଇଥାନ୍ତି। ଜନସାଧାରଣମାନଙ୍କ ଦୃଷ୍ଟିରେ ରଖି ପ୍ରଥମକରି ଛତ୍ରପୁର ରେଳଷ୍ଟେସନ ପରିସରରେ ରେଳ ଷ୍ଟେସନ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କମିଟି ସଦସ୍ୟ ଆଇନଜିବୀ ବି.ଶ୍ରୀନିବାସ, କାଉନସିଲର ମାମା ସେଠୀ, ୟୁଥମାସ ସେବା ସଂଘର ସୟଦ ମୁକ୍ତାର,ଇଂ ରାମଚନ୍ଦ୍ର ପଟ୍ଟନାୟକ, ସୁଧୀର କାନ୍ତ ରଥ, ଛତ୍ରପୁର ଷ୍ଟେସନ ମ୍ୟାନଜର ଜଗଦିଶ ବେହେରା, ସିସିଆଇ (ବ୍ରହ୍ମପୁର)ମୋହନ ଚରଣ ବେହେରା, କେ.ଏସ୍.ଭି.ମୃର୍ତି, ଅନ୍ତେସ ମିନା ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ବହୁ ସରକାରୀ କାର୍ଯ୍ୟାଳୟ ଥିବାରୁ ଦୈନିକ ଲୋକ ସେମାନଙ୍କ କାମ ପାଇଁ ଏଠାକୁ ଆସିଥାନ୍ତି। ଏଠାରେ ମୈାଳିକ ସୁବିଧା ଯଥା ପ୍ଲାଟଫର୍ମର ଉନ୍ନତି ସମେତ ଅନେକ ସମସ୍ୟା ରହିଛି । ତାହା ଉପରେ ଆଲୋଚନା ହୋଇଥିଲା। ପ୍ଲାଟଫର୍ମ ଛୋଟ ହୋଇଥିବାରୁ ଅନେକ ସମସ୍ୟା ଉପଜୁଛି ଏହାର ସମ୍ପ୍ରସାରଣ, ଷ୍ଟେସନର ଉନ୍ନତିକରଣ , ଆଲୋକୀକରଣ, ଫୁଟ ଓଭର ବ୍ରିଜ, ବାଲିବଗଡ ଓ ରିକାପଲ୍ଲୀ ଠାରେ ଓଭର ବ୍ରିଜ, ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ରହଣି, ଫାଳକନାମା ରହଣି, ବ୍ରହ୍ମପୁର ଠାରୁ ବିଶାକାପାଟାନମ ଯାଉଥିବା ଟ୍ରେନ ଇନ୍ଟରସିଟି ଓ ଡିଏମୟୁ କୁ ଛତ୍ରପୁର ପ୍ରର୍ଯ୍ୟନ୍ତ ସମ୍ପ୍ରସାରଣ, ରେଳଷ୍ଟେସନ ନିକଟରେ କରାଯାଉଥିବା ଗାଡି ପାକିଂ ଅଧିକ ଟଙ୍କା ନେଉଥିବାରୁ ସେଠାରେ ନିର୍ଦ୍ଧାରିତ ଦର ଉଲେଖ କରିବା, ତତକାଳ ଟିକେଟ କଳାବଜାରି ହେଉଥିବା ବେଳେ ଏହାକୁ ଦୃଷ୍ଟି ଦେବା, ବାଲିବଗଡ ଠାରୁ ରିକାପଲ୍ଲୀ ପ୍ରର୍ଯ୍ୟନ୍ତ ଯେଉଁ ସବୁ ରେଳ ବିଭାଗ ଜମି ରହିଛି ତାହା ଚିହ୍ନଟ କରି ଜବରଦଖଲ କାରୀଙ୍କ ଠାରୁ ଉଛେଦ କରିବା, ଛତ୍ରପୁର କୋର୍ଟ ଷ୍ଟେସନ ନିକଟରେଥିବା ଗଳାଶଙ୍ଖ ନିକଟରେ ଆଲୋକିକରଣ ସହ ରାସ୍ତାର ଉନ୍ନତିକରଣ, ସ୍ଲିପର ଟିକେଟ ପୁନଃ ଯୋଗାଇବା ଏହାସହ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ଉପରେ ଆଲୋଚନା ହୋଇଥିଲା। ଅନ୍ୟ ପକ୍ଷରେ ଏହି ଛତ୍ରପୁର ବଡ ରେଳ ଷ୍ଟେସନ ୮ ଅଗଷ୍ଟ ୨୦୨୩ ରୁ ଅମୃତ ଭାରତ ଷ୍ଟେସନରେ ସାମିଲ ହୋଇଛି।


