ବିଦ୍ୟାଧରପୁରରେ ସତ୍ୟବ୍ରତଙ୍କୁ ସମ୍ବର୍ଦ୍ଧନା

ହାଟଡ଼ିହି, : (ସୌମ୍ୟରଞ୍ଜନ ଆଚାର୍ଯ୍ୟ ) ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିନେଇ ସତ୍ୟବ୍ରତ ଦାସ ନାମକ ଜଣେ ଯୁବକ ଓଡିଶା ପଦଯାତ୍ରାରେ ବାହାରିଥିବା ବେଳେ ଆଜି ହାଟଡିହି ବ୍ଲକ ବିଦ୍ୟାଧରପୁର ଠାରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଗତମାସ ୧୦ତାରିଖରୁ ଜଗତସିଂପୁର ଜିଲ୍ଲା ବାଲିକୁଦାର ଜନସଚେତନତା ମଞ୍ଚର ଆବାହକ ସତ୍ୟବ୍ରତ ଦାସ ଯାଜପୁର ଜିଲ୍ଲା ବଡଚଣାରୁ ପଦଯତ୍ରାରେ ବାହାରି କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ପ୍ରଭୃତି ଜିଲ୍ଲାର ୨୬ଟି ବ୍ଲକ ପରିକ୍ରମା କରି ଗତ ୫ ତାରିଖ ଦିନ ହାଟଡିହି ବ୍ଲକ ଓ ପରେ ଆନନ୍ଦପୁର ବ୍ଲକ ସେଠାରୁ ଘସିପୁରା ବ୍ଲକରେ ପହଞ୍ଚି ବିଡିଓଙ୍କୁ ଦାବିପତ୍ର ଦେବାପରେ ଆଜି ପୁଣି ହାଟଡିହି ବ୍ଲକ ବାଟଦେଇ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକକୁ ଯିବାବେଳେ ବିଦ୍ୟାଧରପୁର ନିକଟରେ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଛି । ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର ନାୟକଙ୍କ ସମେତ ବିଦ୍ୟାଧରପୁର ବଜାରର ଶହଶହ ଲୋକ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବାସହ ତାଙ୍କର ଏହିପରି ଅଭିନବ ପ୍ରୟାସକୁ ସାଧୁବାଦ ଜଣାଇ ତାଙ୍କ କାର୍ଯ୍ୟକ୍ରମ ସଫଳ ହେଉ ବୋଲି ପ୍ରାର୍ଥନା କରିଛନ୍ତି । ସେ ୩୧୪ଦିନରେ ଓଡିଶାର ୩୧୪ବ୍ଲକକୁ ପଦଯାତ୍ରାରେ ଯାଇ ଦାବିପତ୍ର ପ୍ରଦାନର କାର୍ଯ୍ୟକ୍ରମ ରଖିଛନ୍ତି ବୋଲି ସତ୍ୟବ୍ରତ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ