ବିଦ୍ୟାଭାରତୀ ଙ୍କୁ ମିଳିଲା ଆଶ୍ବସ୍ତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାସମେତ ରାଜ୍ୟରେ ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାକୁ ନେଇ ନିମ୍ନ ଆଦାଲତଙ୍କ ଶୁଣାଣି ଉପରେ ରୋକ୍ ଲଗାଇଲେ ହାଇକୋର୍ଟ ପାରଳାଖେମୁଣ୍ଡିର ତଳ କୋର୍ଟରେ ମାମଲା ଟ୍ରାଏଲ ହେଉଥିଲା ତେବେଏହାକୁଚ୍ୟାଲେଞ୍ଜକରିହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ସୌମ୍ୟ ରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ।ବିଦ୍ୟାଭାରତୀଙ୍କ ଅବହେଳାରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇଥିଲା କ୍ରାଇମବ୍ରାଞ୍ଚ ।ନିମ୍ନ ଅଦାଲତ ରେ ଏହି ମାମଲାକୁ ନେଇ ଶୁଣାଣି ଉପରେ ମଧ୍ୟବର୍ତ୍ତିକାଳୀନ ପାଇଁ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଆଗାମୀ ଶୁଣାଣି ସେପ୍ଟେମ୍ବର ୨୮ ତାରିଖରେ କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ । ସମ୍ବେଦନଶୀଳ ମାମଲା ହୋଇଥିବାକୁ ଏହି ମାମଲା କ୍ରାଇମ୍‌ ବ୍ରାଞ୍ଚ ହାତକୁ ଯାଇଥିଲା । କ୍ରାଇମ ବ୍ରାଞ୍ଚ ବିଦ୍ୟା ଭାରତୀଙ୍କବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା ।ବର୍ତ୍ତମାନ ବିଦ୍ୟାଭାରତୀରେ ମୟୂରଭଞ୍ଜ ଜିଲ୍ଲା କପ୍ତିକଦାରେ ନିଜ ପରିବାର ସହ ରହୁଛନ୍ତି ବେତନଟି ପଶୁ ଚିକିତ୍ସାଳୟରେ ଲାଇଭ୍‌ ଷ୍ଟକ୍‌ ଇନ୍ସପେକ୍ଟର ଭାବରେ କାର୍ଯ୍ୟକରୁଛନ୍ତି ବିଦ୍ୟାଭାରତୀ । ପାରଳାଖେମୁଣ୍ଡିକୋର୍ଟରେ ତାଙ୍କ ବିରୋଧରେ ମାମଲାର ଟ୍ରାଏଲ୍‌ ହେଉଥିବାରୁ ତାଙ୍କୁ ପ୍ରାୟ ୫୦୦ରୁ ଅଧିକ କିମି ଯାତ୍ରା କରିବାକୁ ପଡ଼ୁଛି ବୋଲି ହାଇକୋର୍ଟରେ ପିଟିସନ ଦାଖଲକରିଥିଲେ ବିଦ୍ୟାଭାରତୀ । ସେ ବ୍ୟକ୍ତିଗତ ଭାବରେ ହାଜର ନହେବା ନେଇ ହାଇକୋର୍ଟଙ୍କ ନିବେଦନ କରିଥିଲେ ।ପୂର୍ବରୁ ଏହି ଆବେଦନକୁ ପାରଳାଖେମୁଣ୍ଡି କୋର୍ଟ ଅଗ୍ରାହ୍ୟ କରିଥିଲେ । ଏହାପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ । ଗତ ୨୦୨୧ ଜୁଲାଇ ୧୨ ତାରିଖରେ ଏସିଏଫ୍ ସୌମ୍ୟ ରଞ୍ଜନଙ୍କ ଦେହରେସନ୍ଦେହଜନକ ଅବସ୍ଥାରେ ନିଆଁ ଲାଗିଥିଲା । ୧୩ ତାରିଖ ସକାଳେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ । ଶରୀରର ୯୫ ପ୍ରତିଶତପୋଡ଼ି ଯାଇଥିବାରୁ ତାଙ୍କ ମୃତ୍ୟୁ ହୋଇଥିବା ନେଇ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ପ୍ରକାଶ ପାଇଥିଲା ଏହି ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ, ଗଜପତି ଡିଏଫଓ ଓ ରୋଷେଇଆଙ୍କୁ ଅଭିଯୁକ୍ତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ