ବିଦ୍ୟାର୍ଥ ମାନେ ନିଜ ସହିତ ନିଜେ ପ୍ରତିଯୋଗିତା କରିବା ଆବଶ୍ୟକ: ମୁଖ୍ୟ ବକ୍ତା

ଗାଙ୍ଗପୁର, (ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 41ତମ ସ୍ଵନକ୍ଷତ୍ର ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ଅନୁଷ୍ଠାନର ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ ଯୋଗଦେଇ ଅନୁଷ୍ଠାନର 36 ତମ ଏବଂ 37 ତମ ସ୍ଵନକ୍ଷତ୍ର ଦିବସରେ ଯଥାକ୍ରମେ ସ୍ଵର୍ଗାରୋହଣ କରିଥିବା ସ୍ୱର୍ଗତ ଅଧ୍ୟକ୍ଷ ଅମୂଲ୍ୟ ଦାସ ଏବଂ ସ୍ଵର୍ଗତ ଅଧ୍ୟାପକ ପ୍ରଦୀପ କୁମାର ତ୍ରିପାଠୀଙ୍କ ସ୍ମୃତି ଚାରଣ କରିଥିଲେ I ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଅନୁଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀ ନିଜ ସହିତ ନିଜେ ପ୍ରତିଯୋଗିତା କଲେ ହିଁ ସଫଳତା ପାଇପାରିବେ ବୋଲି ପ୍ରକାଶ କରିଥିଲେ I ସେହିପରି ସମ୍ମାନୀତ ଅତିଥି ରୂପେ ଅନୁଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ, ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ,ଅବସରପ୍ରାପ୍ତ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ଆଳତିଆ,ପ୍ରଶାସନିକ ଅଧୀକ୍ଷକ ଅଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ I ଏହି ଅବସରରେ ଅନୁ୍ଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ପୁରୁଷୋତ୍ତମ ବିଷୋୟୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ବିଜ୍ଞାନରେ ସର୍ବୋଚ୍ଚ ନମ୍ବର ରଖିଥିବା ମାନସୀ ସ୍ୱାଇଁ , କଳା ବିଭାଗରେ ସୁମନ୍ ବିଷୋୟୀ, ଆରତୀ ଗୌଡ଼, ଶ୍ରେଷ୍ଠ ଯୁବ ରେଡ଼କ୍ରସ୍ ସ୍ଵେଚ୍ଛାସେବୀ ଆଲୋକ ବିଷୋୟୀ,ଅନୀତା ଗୌଡ଼ ,ଶ୍ରେଷ୍ଠ ଜାତୀୟ ସେବା ଯୋଜନା ସ୍ଵେଚ୍ଛାସେବୀ ଶିବାନୀ ଗୌଡ଼,ଆଦିତ୍ୟ ବେହେରା,ଶ୍ରେଷ୍ଠ ରୋଭର୍ ରାହୁଲ୍ ପରିଛା, ରେଞ୍ଜର୍ ସରିତା କୁମାରୀ ବେହେରା,କ୍ରୀଡ଼ା ଚମ୍ପିୟାନ୍ ଶ୍ରୀକାନ୍ତ ସାହୁ ଏବଂ ଆଶା ସ୍ୱାଇଁଙ୍କୁ ସମ୍ମାନୀତ କରାଯାଇଥିଲା I ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସାଂସ୍କୃତିକ ପରିଷଦ ସଭାପତି ସାଂସ୍କୃତିକ ପରିଷଦର ଉପସଭାପତି ଦେବେଶ ଆଚାର୍ଯ୍ୟ ସଂଯୋଜନା କରିଥିବା ବେଳେ ଅଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର ବାର୍ଷିକ ବିବରଣୀ ପଠନ କରିଥିଲେ I ଏହି ଅବସରରେ କାର୍ଗିଲ୍ ବିଜୟ ଦିବସର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠାନ ପରିସରରେ ପୁରାତନ ଛାତ୍ର ଏବଂ ଅତିଥି ମାନେ ଚାରା ରୋପଣ କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ କମଳ କୁମାରୀ ପ୍ରଧାନ, ସମାଜସେବୀ ମହନ୍ତ ରାମକୃଷ୍ଣ ଦାସ,ଅବସରପ୍ରାପ୍ତ ଶିକ୍ଷକ ଅଭିମନ୍ୟୁ ଦଳାଇ,କବିରାଜ ପରିଡ଼ା,ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ମିଶ୍ର, ଗୋବରା ସମିତିସଭ୍ୟ ବିଭୂପାଦ ଜେନା, ରାମକୃଷ୍ଣ ପାତ୍ର, ସନ୍ତୋଷ ବିଶ୍ୱାଳ,ପୁରାତନ ଛାତ୍ର ସଂସଦ ସଭାପତି ଗୋରାଚାନ୍ଦ ସ୍ୱାଇଁ,ପୁରାତନ ଛାତ୍ର ରମେଶ ଚନ୍ଦ୍ର ସାହୁ, ରାମଚନ୍ଦ୍ର ମହାନ୍ତି,ଦିବ୍ୟ ଲୋଚନ ବିଶ୍ୱାଳ, ସ୍ଵସ୍ତି ସୁନ୍ଦର ସିଅ, ଚିନ୍ମୟ ପୋଲାଇ, ଶିଶିର କୁମାର ସ୍ୱାଇଁ,ଛାୟାକାନ୍ତ ମହାପାତ୍ର, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ଲେଙ୍କା, ରୁନିବାଳା ତ୍ରିପାଠୀ, ତ୍ରିନାଥ ବେହେରା, ସୌମେନ୍ଦୁ ପଣ୍ଡା, ପ୍ରଦୀପ ଦିଗାଲ, ଗାଙ୍ଗୁଲି ପାଲଟାସିଂ, ପି ଦିପକ ରାଓ, ଜୟଶ୍ରୀ ସେଠି, ପିଙ୍କି କୁମାରୀ ପଲେଇ, ଗଙ୍ଗାଧର ରଣା, ଭାରତୀ ବିଶ୍ୱାଳ, ସ୍ୱରୂପାରାଣୀ ବିଶ୍ୱାଳ, ସିମାଞ୍ଚଳ ବିଶ୍ୱାଳ, ପଦ୍ମଚରଣ ନାୟକ, ମହେଶ୍ୱର ଗୌଡ଼, ସନ୍ତୋଷ ବିଶ୍ୱାଳ, ନାରାୟଣ ନାୟକ, ରମେଶ ଚନ୍ଦ୍ର ବିଶୋଇ, ବୁଦ୍ଧିରାମ ବିଶ୍ୱାଳ, ବଳରାମ ଗୌଡ଼, ରାମ ଚନ୍ଦ୍ର ନାୟକ, ବାସନ୍ତୀ ମହାପାତ୍ର ଓ ପ୍ରତିମା ନାଇକଙ୍କ ସମେତ ଜାତୀୟ ସେବା ଯୋଜନା,ଯୁବ ରେଡ୍ କ୍ରସ୍ ,ସ୍କାଉଟ୍ ରୋଭର୍ ଏବଂ ରେଞ୍ଜର୍ ମାନେ ସହଯୋଗ କରିଥିଲେ I ଅଧ୍ୟାପକ ତଥା ସାଂସ୍କୃତିକ ପରିଷଦ ସହ-ଉପସଭାପତି ଦୀପୁ ଭୂୟାଁ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ