ବିଦ୍ୟାଳୟରେ ପାଣି ଘଣ୍ଟା ଶୁଭାରମ୍ଭ

ବ୍ରହ୍ମପୁୂର,(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ଜିଲ୍ଲା ପ୍ରଶାସନ ତରଫରୁ ସମାଜର ଉନ୍ନ୍‌ତି ନିମନ୍ତେ ବହୁ ଜନମଙ୍ଗଳ ଯୋଜନା ହାତକୁ ନେଇଥିବା ବେଳେ ଜିଲ୍ଲା ପ୍ରଶାସନ ଆଉ ପାଦେ ଆଗାଇଛି । ଗଂଜାମ ଜିଲ୍ଲାପାଳ ବିଜୟ ଶ୍ରୀ ଅମୃତା କୁଲାଙ୍ଗେ ବ୍ରହ୍ମପୁର ସ୍ଥିତ ଭି.ଭି ଗିରି ସରକାରୀ ଗାର୍ଲସ ହାଇସ୍କୁଲରେ ସୋମବାର ସକାଳ ସାଢେ ୧୦ ଟାରେ ପହଞ୍ଚି ପାଣି ଘଣ୍ଟା କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି । ବିଦ୍ୟାର୍ଥୀ ମାନଙ୍କୁ ପାନୀୟ ଜଳର ଶରୀର ପାଇଁ କଣ କଣ ଆବଶ୍ୟକ ଓ କିପରି ପାଣି ପିଇବା ଦ୍ୱାରା ବଡ ବଡ ରୋଗଦାଉରୁ ରକ୍ଷା ପାଇପାରିବା ସେ ବିସୟରେ ଆଲୋକପାତ କରିବା ସହ ସକାଳ ୧୧.୪୦ ,୧.୩୦,୩.୧୫ ୩ଟି ପର୍ଯ୍ୟାୟରେ ବିଦ୍ୟାର୍ଥୀ ମାନେ ଏକକାଳିନ ଜଳପାନ କରିବେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବହୁ ବିଦ୍ୟାର୍ଥୀ ଉପକୃତ ହେବେ । ଜିଲ୍ଲା ପ୍ରଶାସନ ତରଫରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ବହୁ ବିଦ୍ୟାର୍ଥୀ ଜିଲ୍ଲାପାଳଙ୍କ ଏହି କାର୍ଯ୍ୟକ୍ରମକୁ ସ୍ୱାଗ୍‌ତ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ