ବିଦ୍ୟାଳୟରେ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ବାଲିସାହିରେ ୧୯୪୫ ମସିହାରେ ସ୍ଥାପିତ ବିପିନ ବିହାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସିପ୍ରା ଦାସଙ୍କ ଆହ୍ୱାନକ୍ରମେ ମୋ ସ୍କୁଲ ଅଭିଯାନ ସଂର୍ପକରେ ବିଦ୍ୟାଳୟ ପ୍ରକୋଷ୍ଠରେ ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ପୂର୍ବତନ ବିଧାୟକ ଜ୍ୟୋତିଷ ଚଦ୍ର ଦାସ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ସର୍ବ ସମମ୍ମତିକ୍ରମେ ଶ୍ରୀ ଦାସଙ୍କୁ କମିଟିର ସ୍ଥାୟୀ ସଭାପତି ରୂପେ ମନୋନୀତ କରାଗଲା । ବୈଠକରେ ପୁରାତନ ଛାତ୍ର ତଥା ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ବିଭୁନ୍ଦ୍ର ଦାସ, ପ୍ରମୋଦ ଦାସ, ଅଶୋକ ମହାନ୍ତି, ସଚ୍ଚିଦାନନ୍ଦ ପରିଡା, ଭାଗିରଥି ବେହେରା, ସୁରେଶ ବେହେରା, ଚୌଧୁରୀ ଶିବ ପ୍ରସାଦ ଦାସ, ଅଟଳ ମିଶ୍ର, ଅସିତ କୁମାର ଦାସ, ସତ୍ୟ ରଂଜନ ଦାସଙ୍କ ସମେତ ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ