ବିଦ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ 

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଡାବରସ୍ଥିତ ସାଥି ଭଉଣୀ ପୂର୍ଣ୍ଣଚନ୍ଦ୍ର ବିଦ୍ୟାପୀଠରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ଗୁରୁବାର ସମ୍ବର୍ଦ୍ଧିତ କରାଯାଇଛି । ଏମାନଙ୍କ ମଧ୍ୟରେ ଆର୍ଶିବାଦ ବିଶ୍ୱାଳ ସର୍ବାଧିକ ୫୬୪ ନମ୍ବର ରଖି ଏ-୧ ରେ ନାଉଗାଁ ବ୍ଳକରେ ଟପର ହୋଇଥିବା ବେଳେ ଛାତ୍ରୀ ପ୍ରଜ୍ଞା ପରିମିତା ନାୟକ ୫୩୦ ନମ୍ବର, ଶୁଭସ୍ମିତା ଫାରୁକ ୪୮୦ ନମ୍ବର ରଖି ଏ-୨ ଗ୍ରେଡରେ ସ୍ଥାନ ପାଇଛନ୍ତି । ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷକ ପ୍ରିୟବ୍ରତ ମହାନ୍ତିଙ୍କ ସମେତ ଅନ୍ୟ ସହ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ବିଦ୍ୟାଳୟ ପରିସରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଭବିଷ୍ୟତ ଜୀବନର ଉତୋରତର ଉନ୍ନତି କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ