ବିଦ୍ୟାଳୟ ପାଚେରୀ ଭଙ୍ଗାକୁ ନେଇ ଉତେଜନା : ୧୧ଘଣ୍ଟା ଧରି ଜାତୀୟରାଜପଥ ଅବରୋଧ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ବିଦ୍ୟାଳୟର ପାଚେରୀ ଭଙ୍ଗାକୁ ନେଇ ଜାତୀୟ ରାଜପଥ ଅବରୋଧ ଦୀର୍ଘ ୧୧ ଘଣ୍ଟା ଧରି ଜାତୀୟରାଜପଥ ଅବୋରଧ କରି ବସିଥିଲେ ସ୍ଥାନୀୟ ବାସିନ୍ଦା । ଘଟଣାରୁ ପ୍ରକାଶ ଯେ ବାଲିଗୁଡା ସହରରେ ଥିବା ବହୁ ପୁରାତନ ବିଦ୍ୟାଳୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନୁଆସାହି (କେଜିଭିପି) ବିଦ୍ୟାଳୟରେ ଘଟିଛି ଏହିଭଳି ଘଟଣା । ଏହି ବିଦ୍ୟାଳୟ ପରିସରରେ ଥିବା କିଛି ଜମି ଗୁଣ୍ଡିଚା ଦାସଙ୍କ ନାମରେ ରହିଅଛି ବୋଲି ଗୁଣ୍ଡିଚା ଦାସଙ୍କ ପରିବାର ଅଭିଯୋଗ କରିଆସୁଥିଲେ ଓ ଏହାକୁ ନେଇ ବିଦ୍ୟାଳୟ କମିଟି ଓ ଗୁଣ୍ଡିଚା ଦାସଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଓ ଏହି ମାମଲା ଉଚ୍ ନ୍ୟାୟାଳୟ ମକଦ୍ଦମା ରୁଜୁ ହୋଇଥିଲା । ଏହି ମାମଲାରେ ଗୁଣ୍ଡିଚା ଦାସ ଜିତିଥିବା ନେଇ କହି ଗତକାଲି କାହାକୁ ନଜଣାଇ ପୋଲିସଙ୍କ ଉପସ୍ଥିତିରେ ବିଦ୍ୟାଳୟର ପାଚେରୀର ଗୋଟିଏ ପାଖକୁ ଜେସିପି ମେସିନି ଦ୍ୱାରା ଭାଙ୍ଗିଦେଇଥିବା ନେଇ ଅଭିଯୋଗ କରିଛନ୍ତି ନୁଆସାହି ବାସିନ୍ଦା ଓ ବିଦ୍ୟାଳୟ ପରିଚାଳନା କମିଟି । ଏହାପରେ ଗତକାଲି ଠାରୁ ପାଚେରୀ ଭଙ୍ଗାକୁ ନେଇ ଅଂଚଳରେ ଅସନ୍ତୋଷର ବାତା ବରଣ ଖେଳିଯାଇଥିଲା । ଏହି ବିଦ୍ୟାଳୟ ପରିସରରେ କସ୍ତୁରୁବା ହଷ୍ଟେଲର ୧୦୦ ଜଣ ଛାତ୍ରୀ ରହୁଛନ୍ତ,ପାଚେରୀ ଭାଙ୍ଗିବା ଦ୍ୱାରା ବିଦ୍ୟାଳୟଟିପୁରା ଖୋଲାମେଲା ହୋଇଯାଇଛିି । ପାଚେରୀ ଭଙ୍ଗାକୁ ନେଇ ଆଜି ସକାଳୁ ସକାଳୁ ଗ୍ରାମବାସୀ ମାନେ ଏକତ୍ରୀତ ହୋଇ ବିଦ୍ୟାଳୟ ସମ୍ମୁଖରେ ଯାଇଥିବା ୫୯ ନଂ ଜାତୀୟ ରାଜପଥକୁ ଅବୋରଧ କରି ରାସ୍ତା ଉପରେ ମହିଳା ଓ ପୁରୁଷ ବସି ରହିଥିଲେ । ବିଦ୍ୟାଳୟ ପାଚେରୀ କିଭଳି ତହସିଲଦାର କିମ୍ବା ରାଜସ୍ୱ ବିଭାଗର ଅଜାଣତରେ ଭଙ୍ଗା ଗଲା । ବିଦ୍ୟାଳୟ ପାଚେରୀ ଭାଙ୍ଗିବାକୁ କାହାଠାରୁ ଅନୁମତି ଆଣିଥିଲେ ଓ ଯିଏ ଏହି ପାଚେରୀ ଭାଙ୍ଗିଛି ତାହା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି । ରାସ୍ତାରୋକ କରିବାର କିଛି ସମୟ ପରେ ତହସିଲଦାର ଶଶାଙ୍କ ଶେଖର ପାତ୍ର ଓ ଉପଖଣ୍ଡ ଆରକ୍ଷୀ ଅିକାରୀ ଜିଆର ରାଘେବେନ୍ଦ୍ର ଯାଇ ବିକ୍ଷୋଭକାରୀଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ କେହିବି ବୁଝି ନଥିଲେ । ସକାଳ ପ୍ରାୟ ୭ଟାରୁ ଆରମ୍ଭ ହୋଇଥିଲା ଏହି ରାସ୍ତାରୋକ ଏହା ଚାଲିଥିଲା ସଂନ୍ଦ୍ୟା ୬ଟା ପର୍ଯ୍ୟନ୍ତ । ସଂନ୍ଧ୍ୟା ୪ଟାରୁ ବିକ୍ଷୋଭ ସ୍ଥାନକୁ ପିଏ ଆଇଟିଡିଏ ମଧୁସୁଦନ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଏବଂ ବିଧାୟକ ଚକ୍ରମଣି କହଁର, ଉପଖଣ୍ଡ ଆରକ୍ଷୀ ଅଧିକାରୀ ,ତହସିଲଦାର ,ଆଇଆଇସି ବାବା ଶଙ୍କର ସରାଫ ପହଁଚି ସମସ୍ତଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ କିଛି ସମୟ ପରେ ବିକ୍ଷୋଭକାରୀଙ୍କ ଗୋଟିଏ ଟିମ ପ୍ରଶାସନ ସହ ଆଲୋଚନା କରିଥିଲେ ଓ ସେଠାରେ ଆଲୋଚନା ହୋଇଥିଲା ଯେ କେଉଁ ଆଧାରରେ ବିଦ୍ୟାଳୟ ପାଚେରୀ ଭାଙ୍ଗିଛନ୍ତି ଓ ସଂପୃକ୍ତ ବ୍ୟକ୍ତି ଏହି ଯାଗାକୁ କାହାଠାରୁ କିଣିଥିଲେ ତାହାର ପ୍ରମାଣପତ୍ର ସହ ତାଙ୍କରି କେଉଁ ଜାଗାଟିକୁ ଚିହ୍ନଟ କରାଯାଉ ଏବଂ ଭାଙ୍ଗିଥିବା ପାଚେରୀକୁ ଜଲଦୀ ତିଆରି କରାଯାଉ, ଯିଏ ପାଚେରୀ ଭାଙ୍ଗିଛି ତାଉପରେ ଦୃଢକାର୍ଯ୍ୟାନୁଷ୍ଠାନ ନେଇ ତାକୁ ଗିରଫ କରାଯାଉ ଏବଂ ବିଦ୍ୟାଳୟ ପରିସରରେ ରହୁଥିବା କସ୍ତୁରୁବା ହଷ୍ଟେଲ ଛାତ୍ରୀ ମାନଙ୍କୁ ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୃତୟନ କରାଯାଉ । ପ୍ରଶାସନ ତରଫରୁ ପିଏ ଓ ବିଧାୟକ ପ୍ରତିଶୃତି ଦେଇ ବୁଝାସୁଝା କରିବା ପରେ ସଂନ୍ଧ୍ୟା ୬ଟାରେ ରାସ୍ତାରୋକରୁ ହଟିଥିଲେ । ରାସ୍ତାରୋକ ହୋଇଯିବା ଫଳରେ ରାସ୍ତାରରୋକର ଉଭୟ ପାଶ୍ୱର୍ରେ ଶହଶହ ଗାଡିର ଧାଡି ଲାଗିରହିଥିଲା ।