ବିଦ୍ୟାଳୟ ପ୍ରତିଷ୍ଟାତାଙ୍କ ପରଲୋକରେ ଶୋକସଭା

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ବ୍ଲକ ଅନ୍ତର୍ଗତ ବାଲିମଝିପଡା ସ୍କୁଲର ପ୍ରତିଷ୍ଠାତା ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୈରାଗୀ ବିଶ୍ୱାଳଙ୍କ ବିୟୋଗରେବିଦ୍ୟାଳୟ ପରିସରରେ ଗୁରୁବାର ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ ବାଲିଗାଁ ଓ ମଝିପଡା ଗ୍ରାମର ଗ୍ରାମବାସୀମାନେ ଯୋଗ ଦେଇଥିଲେ । ସ୍ୱର୍ଗତ ବିଶ୍ୱାଳଙ୍କ ପ୍ରଚେଷ୍ଟାରେ ଏହି ଦୁଇ ଗ୍ରାମର ପିଲାମାନଙ୍କୁ ଶିକ୍ଷିତ କରିବା ପାଇଁ ବିଦ୍ୟାଳୟ ୁ ପ୍ରତିଷ୍ଠା କରିଥିଲେ । ଯାହାକି ଏହି ବିଦ୍ୟାଳୟଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଣତ ହୋଇଛି । ଯେଉଁଥିରେ ପିଲାମାନେ ଉନ୍ନତମାନର ଶିକ୍ଷା ଲାଭ କରିପାରୁଛନ୍ତି । ଆୟୋଜିତ ଶୋକ ସଭାରେ ୨ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ଗ୍ରାମବାସୀ ଓ ସ୍କୁଲ ପରିଚାଳନା କମିଟିଙ୍କ ଅନୁରୋଧ କ୍ରମେ ବିଦ୍ୟାଳୟକୁ ଦିନ ପାଇଁ ବନ୍ଦ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଗଣେଶ୍ୱର ପରିଡା, ବୈରାଗୀ ମହାରଣା,ବିଭୁତି ସାହାଣୀ,ନାରାୟଣ ମହାନ୍ତି,ଭୋବନୀ ସାହୁ,ଆଲୋକ ଦାସ, ପ୍ରଧାନ ଶିକ୍ଷକ ଭରତ ଚରଣ ଜେନା, ଶିକ୍ଷକ କୃତିବାସ ରାଉତ, ଶିକ୍ଷୟତ୍ରୀ ଅଂଜନା ମଲ୍ଲିକ, ପଦ୍ମାବତୀ ସିଂ, ସ୍ୱର୍ଣ୍ଣଲତା ବରାଳଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ