ବିଦ୍ୟାଳୟ ମିଶ୍ରଣ ପ୍ରତିବାଦରେ ରାସ୍ତାରୋକ

ଖଲ୍ଲିକୋଟ , (ଯୁଗାବ୍ଦ ନ୍ୟୁଜ୍)  ଗତ ଏକ ବର୍ଷ ହେଲା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ରାଜ୍ୟରେ ଏକ କିଲୋମିଟର ବ୍ୟାସାର୍ଧ ମଧ୍ୟରେ ଥିବା ସମସ୍ତ ବିଦ୍ୟାଳୟକୁ ମିଶ୍ରଣ କରାଯାଇ ଗୋଟିଏ କଂପ୍ଲେକ୍ସ ମଧ୍ୟରେ ରଖିବା ପାଇଁ ବିଧିବଦ୍ଧ ନିଷ୍ପତି ନେଇଥିଲେ | ତଦନୁଯାୟୀ ଗଂଜାମ ଜିଲ୍ଲା ର ଅଧିକାଂଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମିଶ୍ରଣ କରାଯାଇ ପାଠପଢା ଆରମ୍ଭ ହୋଇଯାଇଥିବାବେଳେ ଖଲ୍ଲିକୋଟ ସହରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି | ଗଂଜାମ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଖଲ୍ଲିକୋଟ ସହରରେ ମାତ୍ର ୫୦ମିଟର ରେ ଥିବା ଶ୍ରୀ ମରଦରାଜ ହାଇସ୍କୁଲ ସହ କନକ ମଞ୍ଜରୀ ବାଳିକା ଉଚ୍ଚ ବିଦ୍ୟାଳୟ ମିଶ୍ରଣ କରାଯିବା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ତତ୍ପରତା ପ୍ରକାଶ ପାଇବା ପରେ କନକ ମଞ୍ଜରୀ ବାଳିକା ବିଦ୍ୟାଳୟ ର ଶିକ୍ଷକ , ଅଭିଭାବକ ଓ ଛାତ୍ରୀମାନେ ଏହାକୁ ବିରୋଧ କରିବା ସହ ସେମାନେ ବିଭିନ୍ନ ମହଲରେ ପ୍ରତିବାଦ କରି ଆସୁଥିଲେ |

ତେବେ ଗତ ୭ଦିନ ତଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିକ୍ଷକ ଅଭିଭାବକ ସମ୍ମିଳନୀ ରେ ସ୍କୁଲ ମିଶ୍ରଣ ନେଇ ଖୁବ ଶୀଘ୍ର ନିଷ୍ପତି ନିଆଯିବ ବୋଲି ପ୍ରକାଶ କରିବା ପରେ ମଙ୍ଗଳବାର ଦିନ ବିଦ୍ୟାଳୟ ମିଶ୍ରଣ ପ୍ରତିବାଦରେ ଅଭିଭାବକମାନେ ଖଲ୍ଲିକୋଟ ଆସିକା ରାଜୟରାଜପଥକୁ ବାଳିକା ବିଦ୍ୟାଳୟ ସମ୍ମୁଖରେ ରାସ୍ତା ରୋକ କରିଥିଲେ | ତେବେ ବାଳିକା ବିଦ୍ୟାଳୟ କତୃପକ୍ଷ ପିଲାମାନଙ୍କୁ ପାଠପଢାଇବା ସମୟରେ ଛାତ୍ରୀମାନଙ୍କୁ ରାସ୍ତାରୋକ ଆନ୍ଦୋଳନ ପାଇଁ ପଠାଇଥିଲେ | ଯାହା ଫଳରେ ଧାରଣାରତ ଅଭିଭାବକ ମାନଙ୍କ ସହ ଛାତ୍ରୀମାନେ ୩ଘଣ୍ଟା ଧରି ଟାଣ ଖରାରେ ସିଝିଥିଲେ | ତେବେ ଦୀର୍ଘ ସମୟ ଗାଡି ବସ ବନ୍ଦ ହେବା ପରେ ଖଲ୍ଲିକୋଟ ଆଇ.ଆଇ.ସି. ସୁନୀଲ କୁମାର ବେହେରା ଭେଜିପୁଟ ଫାଣ୍ଡି ଅଧିକାରୀ ଭବାନୀ ଶଙ୍କର ମିଶ୍ର ସମେତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଙ୍ଗୁଳି ଚରଣ ଜେନା ଘଟଣା ସ୍ଥଳରେ ପହଂଚି ତୁରନ୍ତ ଛାତ୍ରୀମାନଙ୍କୁ ଧାରଣା ରୁ ହଟ| ନ ଗଲେ ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ