ବିଦ୍ୟାସାଗର ଥିଲେ ଭାରତୀୟ ନବଜାଗରଣର ଆଗ୍ରଦୂତ
ବ୍ରହ୍ମପୁର,(ଅନିଲ କୁମାର): ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ବିଶିଷ୍ଟ ସମାଜ ସଂସ୍କାରକ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ୧୩୩ତମ ତିରୋଧାନ ଦିବସରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ମେଡିକାଲ କଲେଜ ପରିସରରେ ଆଜି ସକାଳୁ ସମିତି ପକ୍ଷରୁ ବିଦ୍ୟାସାଗରଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ ପରେ ସମିତି ସମ୍ପାଦକ ଏସ. ସାମ୍ଵାଶିବା ରାଓଙ୍କ ଅନୁରୋଧ କ୍ରମେ ଲଫିଙ୍ଗ କ୍ଲବର ଉପସଭାପତି ଏସ.ଏନ.ସରାଫଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା l ବିଦ୍ୟାସାଗର ଭାରତୀୟ ନବଜାଗରଣର ଆଗ୍ରଦୂତ ଥିଲେ l ଦେଶ ଯେତେବେଳେ ଧର୍ମାନ୍ଧତା, କୁସଂସ୍କାର, କୂପମଣ୍ଡୁକତାରେ ବୁଡି ରହିଥିଲା, ସେ ସମୟରେ ବିଦ୍ୟାସାଗର ଆଧୁନିକ ଜ୍ଞାନ ବିଜ୍ଞାନର ଆଲୋକରେ ଜଗତକୁ ଆଲୋକିତ କରିବାରେ ପଦକ୍ଷେପ ନେଇଥିଲେ l ମାନବତାଵାଦାର ସେ ଥିଲେ ବଳିଷ୍ଠ ପ୍ରଚାରକ l ସମଗ୍ର ସମାଜର ରକ୍ଷଣଶୀଳତା ବିରୁଦ୍ଧରେ ଲଢେଇ କରିବା ସହ ବିଦ୍ୟାସାଗର ନାରୀ ଶିକ୍ଷା, ବିଧବା ବିବାହ ପ୍ରଚଳନ ଓ ବାଲ୍ୟ ବିବାହ ବନ୍ଦ ପାଇଁ ସଂଗ୍ରାମ କରିଯାଇଛନ୍ତି l ଗଣତାନ୍ତ୍ରିକ, ଧର୍ମନିରପେକ୍ଷ, ବିଜ୍ଞାନଭିତ୍ତିକ ଓ ସାର୍ବଜନୀନ ଶିକ୍ଷା ବ୍ୟବସ୍ଥା ପାଇଁ ତାଙ୍କ ଅବଦାନ ଚିର ସ୍ମରଣୀୟ l ଏଣୁ ଆଜିର ସମାଜକୁ ସୁନ୍ଦର ଭାବେ ଗଢ଼ିତୋଳିବା ପାଇଁ ବିଦ୍ୟାସାଗରଙ୍କ ସମ୍ପର୍କରେ ପାଠ୍ୟ ପୁସ୍ତକରେ ପଢ଼ାଯିବାର ଆବଶ୍ୟକତା ରହିଛି l ସମାଜସେବୀ ସୁରେନ୍ଦ୍ର ନାଥ ପଣ୍ଡା ଆଜିର ସଭାକୁ ପରିଚାଳନା କରିଥିବାବେଳେ ସିମାଞ୍ଚଳ ମହାନ୍ତି, ଡା. ରାଜେନ୍ଦ୍ର କୁମାର ତ୍ରିପାଠୀ, ରାମଚନ୍ଦ୍ର ସାହାଣୀ, ଜଟେଶ୍ୱର ସାବତ, ରଜନୀକାନ୍ତ ମଣ୍ଡଳ, ବୃନ୍ଦାବନ ପରିଡା,ନାଗଭୂଷଣ ସରାଫ,ଜୟକୃଷ୍ଣ ନାୟକ, କାହ୍ନୁ ଚରଣ ପାତ୍ର, ବିରେନ କୁମାର ବେହେରା, କବିରାଜ ସାହୁ,ପ୍ରଶାନ୍ତ କୁମାର ପଣ୍ଡା, ଅଶୋକ କୁମାର ଦଳାଇ, ସୁବାଷ ଚନ୍ଦ୍ର ମିଶ୍ର, ଗଗନ ଚନ୍ଦ୍ର ମଲ୍ଲିକ, ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l


