ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁ ଘଟଣା ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ
ପୁରୀ (ଯୁଗାବ୍ଦ ନ୍ୟୁଜ): ବିଦ୍ୟୁତ୍ ତାର ମରାମତି ବେଳେ ଜଣେ କର୍ମଚାରୀଙ୍କ ବିଦ୍ୟୁତ୍ ଆଘାତ୍ରେ ମୁତ୍ୟୁବରଣ ହୋଇଛି । ହେଲେ ଉକ୍ତ ପରିବାରକୁ ପ୍ରଶାସନିକ ସ୍ତରରେ କୌଣସି ସହୟତା ଯୋଗାଇ ଦିଆଯାଇନାହିଁ । ତେଣୁ ଏହି ଘଟଣାକୁ ଗୁରୁତର ଭାବରେ ଗ୍ରହଣ କରିଛି ପୁରୀର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ ।ଏନେଇ ମଞ୍ଛର ସଭାପତି ତଥା ଆଇନ୍ଜୀବୀ ପ୍ରସନ୍ନ କୁମାର ଦାସ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଗୁରୁବାର ଅଭିଯୋଗ କରିଛନ୍ତି । ସେତାଙ୍କ ଅଭିଯୋଗରେ ଉଲେଖ କରିଛନ୍ତି ଯେ,ପୁରୀଜିଲ୍ଲାରଡେଲାଙ୍ଗ ଥାନା ଅର୍ନ୍ତଗତ ବେଲେଶ୍ୱର ପାଟଣା ଗ୍ରାମର ତ୍ରିନାଥ ମଲ୍ଲିକ୍ ବିଦ୍ୟୁତ୍ ବିଭାଗରେ କର୍ମଚାରୀ ରହିଛନ୍ତି । ହେଲେ ଚଳିତମାସ ଗତ ୨ତାରିଖରେ ତ୍ରିନାଥ ବିଦ୍ୟୁତ୍ ଖୁଣ୍ଟରେ ଚଢି ମରାମତି କରିବା ସମୟରେ ବିଦ୍ୟୁତ୍ ଚାର୍ଜ ହୋଇଯିବାରୁ ତାଙ୍କର ଘଟଣାସ୍ଥଳରେ ମୁତ୍ୟୁବରଣ ହୋଇଥିଲା । ମୁତ୍ୟୁବରଣ ହେଲା ପରେ ତାଙ୍କ ପରିବାରକୁ ବିଭାଗ ପକ୍ଷରୁ କୌଣସି ସହୟତା ଯୋଗାଇ ଦିଆଯାଇନାହିଁ । ଫଳରେ ତାଙ୍କ ପରିବାରର ସଦସ୍ୟ ଚଳିବାରେ ବଡ କଷ୍ଟ ଅନୁଭବକରୁଛନ୍ତି । ଅନ୍ୟପକ୍ଷରେମୁତ ତ୍ରିନାଥ ତାଙ୍କ ପରିବାରରେ ଜଣେ ମାତ୍ର ରୋଜଗାର ବ୍ୟକ୍ତି ଥିଲେ । ତାଙ୍କର ମୁତ୍ୟୁ ପରେ ତାଙ୍କ ପରିବାର ସଦସ୍ୟ ଅନାଥ ହୋଇଯାଇଛନ୍ତି । ତେଣୁ ସେମାନଙ୍କ ପରିବାରକୁ ତୁରନ୍ତ ସହୟତା ଯୋଗାଇବା ସହିତ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ ଦେବା ପାଇଁ ଶ୍ରୀ ଦାସ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ଅନୁରୋଧ କରିଛନ୍ତି । ସେହିପରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ଜଣେ ଅଚିହ୍ନା ବ୍ୟକ୍ତିଙ୍କର ମୁତ୍ୟୁ ହୋଇଛି । ସରକାରୀ ଡାକ୍ତରଖାନାରେ ସମସ୍ତଙ୍କ ସହୟତା ଯୋଗାଇବା ପାଇଁ ନିୟମ ରହିଥିଲା ବେଳେ ସେହି ଅଚିହ୍ନା ବ୍ୟକ୍ତିଙ୍କ ପ୍ରତି ଅବହେଳା ଓ ଶେଷରେ ମୁତ୍ୟୁବରଣ କରିବା ଘଟଣାକୁ ନେଇ ମଧ୍ୟ ଶ୍ରୀ ଦାସ ରାଜ୍ୟମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଉକ୍ତ ଘଟଣାରେ ସଂପୁକ୍ତ ଡାକ୍ତର ଓ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଆୟୋଗଙ୍କ ନିକଟରେ ଅନୁରୋଧ କରିଛନ୍ତି ।


