ବିଦ୍ୟୁତ୍ ତାର ଲାଗି ଯୁବକ ମୃତ

ରାଇରଂଗପୁର,(ଯୁଗାବ୍ଦ ନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଶୁଣ୍ଡଳ ଗ୍ରାମରେ ବିଦ୍ୟୁ୍‌ତ ତାର ସଂସ୍ପର୍ଶରେ ଆସିିବାରୁ ଜଣେ ଯୁବକର ମୃତ ହୋଇଛି । ମୃତକ ଜଣକ ଅଜିତ ଧିର (୨୪) ବୋଲି ଜଣାପଡିଛି । ସେ ବିଦ୍ୟୁତ କାମ କରୁଥିବା ବେଳେ ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ବିଦ୍ୟୁତ୍ ତାର ସ୍ପଷର୍ଷରେ ଆସିବାରୁ ଯୁବକ ଜଣକ ଗୁରୁତର ଆହାତ ହୋଇଥିଲେ । ଗୁରୁତର ଆହାତଙ୍କୁ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ