ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ଭଞ୍ଜନଗର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଭଞ୍ଜନଗର (ସନ୍ତୋଷ ଜେନା ): ଗତ କିଛି ଦିନ ତଳେ ସରକାରଙ୍କ ତରଫରୁ ବିଦ୍ୟୁତ୍ ଦର ବୃଦ୍ଧି କରାଯାଇଛି । କରୋନା ମହାମାରୀ ସମୟରେ ଜନସାଧାରଣଙ୍କ ଉପରେ ଏହାର ପ୍ରଭାବ ପଡୁଥିବା ବେଳେ ରାଜ୍ୟ କଂଗ୍ରେସ ତରଫରୁ ଏହାକୁ ପ୍ରତିବାଦ କରିବା ପାଇଁ ଡାକରା ଦିଆଯାଇଥିଲା । ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓ ଗଂଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନା ଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଯୁବ କଂଗ୍ରେସ ନେତା ପ୍ରଶାନ୍ତ କୁମାର ବିଷୋୟୀ ଙ୍କ ନେତୃତ୍ୱରେ ଭଞ୍ଜନଗର ବିଦ୍ୟୁତ୍ କାର୍ୟ୍ୟାଳୟ ଠାରେ କଂଗ୍ରେସ ତରଫରୁ ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ଧାରଣା ଦିଆଯାଇଛି । ନଗର କଂଗ୍ରେସ ସଭାପତି ସୁକାନ୍ତ କୁମାର ଦିଗାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଧାରଣାରେ କଂଗ୍ରେସ କର୍ମକର୍ତ୍ତା ସାମିଲ ହୋଇ ସରକାରଙ୍କ ମହାମାରୀ ସମୟରେ ଏଭଳି ଜନମାରଣ ନୀତିକୁ ନିନ୍ଦା କରିଥିଲେ। ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରାଯାଇଥିବା ବେଳେ ସାଧାରଣ ଜୀବନ ଜୀଉଁଥିବା ବ୍ୟକ୍ତି ବିଶେଷମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ ଜନମାରଣ ନୀତି ଯୋଗୁ ବର୍ତ୍ତମାନ ଜନସାଧାରଣମାନେ ବିଦ୍ୟୁତ୍ ଶୁଳ୍କ ଦେବାକୁ ଅକ୍ଷମ ଥିବା ବେଳେ ଏଭଳି ବିଦ୍ୟୁତ୍ ଦର ବୃଦ୍ଧି ସରକାରଙ୍କ ଦାୟିତ୍ୱହୀନତାକୁ ସୂଚାଉଥିବା ଭଞ୍ଜନଗର ନଗର କଂଗ୍ରେସ ସଭାପତି ସୁକାନ୍ତ କୁମାର ଦିଗାଲ ଅଭିଯୋଗ କରିଛନ୍ତି । ବିଦ୍ୟୁତ୍ ଦର ବୃଦ୍ଧି ଫଳରେ ଜନସାଧାରଣ ଯେଉଁ ସମୟରେ ପରିବାର ଚଳାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେହି ସମୟରେ ସରକାରଙ୍କ ଏଭଳି ଆଚରଣ ଚିନ୍ତାର ବିଷୟ ବୋଲି ଯୁବ କଂଗ୍ରେସ ନେତା ପ୍ରଶାନ୍ତ କୁମାର ବିଷୋୟୀ ପ୍ରକାଶ କରିଛନ୍ତି। ଆଗମୀ ଦିନରେ ଯଦି ଏହାର କୌଣସି ସମାଧାନ ନ କରାଯାଏ ତେବେ କଂଗ୍ରେସ ରାଜରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ ହେବା ବୋଲି ଚେତାବନୀ ଦେଇଛି। ଏହି ଅବସରରେ ଯୁବ କଂଗ୍ରେସ ନେତା ପ୍ରଶାନ୍ତ କୁମାର ବିଷୋୟୀ ଙ୍କ ନେତୃତ୍ୱରେ ଭଞ୍ଜନଗର ବ୍ଲକ ସଭାପତି କୃଷ୍ଣ ଚନ୍ଦ୍ର ବିଷୋୟୀ, ଜଗନ୍ନାଥ ପ୍ରସାଦ ବ୍ଲକ କଂଗ୍ରେସ ସଭାପତି ବିଦ୍ୟାଧର ପ୍ରଧାନ,ଲମ୍ବଦ୍ଧର ତ୍ରିପାଠୀ, ଜବହାରଲାଲ ସାହୁ, କାଳୁ ଚରଣ ଦଳବେହେରା,ମଣ୍ଟୁ ପ୍ରଧାନ, ଲୋକନାଥ ସେଠି,ରଜନୀକାନ୍ତ ବିଶ୍ୱାଳ ଙ୍କ ସମେତ କଂଗ୍ରେସ ଶତାଧିକ କର୍ମୀ ଯୋଗ ଦେଇ ଭଞ୍ଜନଗର ବିଦ୍ୟୁତ ଅଧିକ୍ଷଣ ଯନ୍ତ୍ରି ଇ.ଏନ.ଏନ ପଣ୍ଡା କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ